-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
08-Jan-2024
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣ ଲୋକ ମହୋତ୍ସବ ପାଳନ ହେଉଥିବା ସୋନପୁର ରାମେଶ୍ବର ଷ୍ଟାଡିୟମ୍ କୁ ସଫା ସୁତୁରା ରଖିବା ପାଇଁ ଏବଂ ସମଗ୍ର ପରିବେଶ ପଳିଥିନ ମୁକ୍ତ ରଖିବା ଉଦ୍ଦେଶ୍ୟ ରେ ଆଜି ରବିବାର ସକାଳ ୭ ଟା ରେ ସ୍ବଚ୍ଛ ଭରତ ସଂଗଠନ ସୋନପୁର- ମନମୁଣ୍ଡl ପକ୍ଷ ରୁ ଏକ ମେଗା ପଲିଥିନ ମୁକ୍ତ ଅଭିଯାନ ଆରମ୍ଭ କରାଯାଇଛି l କlରଣ ଏହା ଦ୍ବାରା ମୃତ୍ତିକା ପ୍ରଦୂଷଣ ସାଙ୍ଗ କୁ ମାଟି ର ଉର୍ବରତା ନଷ୍ଟ ହୁଏ l ଏଣୁ ମାଟି ର ଓ ବିଶୁଦ୍ଧ ପରିବେଶ ପାଇଁ ସମସ୍ତେ ସାମିଲ୍ ହେବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷ ରୁ ନିବେଦନ କରାଯାଇଛି l ସଂଗଠନ ର ଉଦ୍ୟୋକ୍ତl ଶୟଦ୍ ଅଲିମୂଲ୍ ଇସଲାମ ଙ୍କ ପରାମର୍ଶ କ୍ରମେ ଉପଦେଷ୍ଟl ଗରିବ ଲୋଈ ଙ୍କ ତ୍ବାବଧାଧାନ ରେ ଓ ମନୋରଞ୍ଜନ ତ୍ରୀପାଠୀ ଙ୍କ ସଂଯୋଜନl ରେ ଅନୁଷ୍ଟିତ ଏହୀ କାର୍ଯ୍ୟକ୍ରମ ରେ ପ୍ରମୋଦ ସାହୁ, ପ୍ରହଲ୍ଲାଦ ମିଶ୍ର, ଇନ୍ଦୁ ମତି ପୁରୋହିତ, ଲଡ଼ୁ କିଶୋର ମଲ୍ଲିକ, ଜେନା ବାବୁ, ସୁଶାନ୍ତ ସାହୁ, ଡା , ସରୋଜ ପଟେଲ, କଳା କାହୁଁ ଦାଶ, ଜୟନ୍ତ ବେହେରା, ତ୍ରିଲୋଚନ ତରିଆ, ଜୟ ନାରାୟଣ ସାହୁ, ନାରାୟଣ ରଥ, ପ୍ରତାପ ଦାଶ, ସମସ୍ତ ସଭ୍ୟ ସାମିଲ୍ ଥିଲେ l