-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ଜିଲ୍ଲା

କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ

05-Jul-2026



କନ୍ଧମାଳ(ସୁଶୀଳ କୁମାର ପାଣିଗ୍ରାହୀ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR), ୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶ ଉପଲକ୍ଷେ ରବିବାର ଦିନ ଫୁଲବାଣୀ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଚିଠା ଭୋଟର ତାଲିକା ପ୍ରକାଶ, ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଜନସଚେତନତା ସୃଷ୍ଟି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଶ୍ରୀ ବେଦଭୂଷଣ କହିଥିଲେ ଯେ,  ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ନିର୍ଭୁଲ ଓ ତ୍ରୁଟିମୁକ୍ତ କରିବା ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରାଥମିକତା। ଏଥିପାଇଁ ରାଜନୈତିକ ଦଳ, ଜନପ୍ରତିନିଧି, ବୁଥ୍ ସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମର ସକ୍ରିୟ ସହଯୋଗ ଅପରିହାର୍ଯ୍ୟ। ସେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚିଠା ଭୋଟର ତାଲିକାକୁ ଭଲଭାବେ ଯାଞ୍ଚ କରି ଯୋଗ୍ୟ ଭୋଟରଙ୍କ ନାମ ସଂଯୋଜନ, ଅଯୋଗ୍ୟ ଭୋଟରଙ୍କ ନାମ ବିଲୋପ ଓ ତ୍ରୁଟି ସଂଶୋଧନ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବା ସହ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାରରେ ସହଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ। ବୈଠକରେ ସୂଚନା ଦିଆଯାଇଥିଲା ଯେ କନ୍ଧମାଳ ଜିଲ୍ଲାର ମୋଟ ୫,୭୦,୮୯୮ ଜଣ ଭୋଟରଙ୍କ ମଧ୍ୟରୁ ୫,୩୧,୮୪୨ ଜଣ ଏନୁମେରେସନ ଫର୍ମ ଦାଖଲ କରିଥିବାବେଳେ ୩୯,୦୫୬ଟି ଫର୍ମ ମୃତ, ସ୍ଥାନାନ୍ତରିତ, ଡୁପ୍ଲିକେଟ୍ କିମ୍ବା ଅନୁପସ୍ଥିତ ଭୋଟରଙ୍କ କାରଣରୁ ସଂଗ୍ରହ ହୋଇପାରିନାହିଁ। ଭାରତୀୟ ନିର୍ବାଚନ କମିଶନଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ବର୍ତ୍ତମାନ ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ରରେ ସର୍ବାଧିକ ୧,୨୦୦ ଜଣ ଭୋଟର ରହିବେ। ପୂର୍ବରୁ ଗୋଟିଏ ବୁଥ୍‌ରେ ପ୍ରାୟ ୧,୫୦୦ ଜଣ ଭୋଟର ରହୁଥିବା ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଥିବାରୁ ଜିଲ୍ଲାରେ ୧୫୧ଟି ନୂତନ ଭୋଟଗ୍ରହଣ କେନ୍ଦ୍ର ସୃଷ୍ଟି କରାଯାଇଛି। ଏହାଫଳରେ ଜିଲ୍ଲାର ମୋଟ ବୁଥ୍ ସଂଖ୍ୟା ୬୬୧ରୁ ବୃଦ୍ଧି ପାଇ ୮୧୨ରେ ପହଞ୍ଚିଛି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ- ୨୦୨୬ ର କାର୍ଯ୍ୟସୂଚୀ ସମ୍ପର୍କରେ ମଧ୍ୟ ବୈଠକରେ ସୂଚନା ଦିଆଯାଇଥିଲା। ୦୫ ଜୁଲାଇ ୨୦୨୬ ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଥିବାବେଳେ ୦୫ ଜୁଲାଇ ୨୦୨୬ରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ୦୫ ଜୁଲାଇ ୨୦୨୬ରୁ ୦୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ଶୁଣାଣି ଏବଂ ସମାଧାନ କରାଯିବ। ଏହାପରେ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ବୈଠକରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ, ଫୁଲବାଣୀ ଭିକାରୀ ସାହୁ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ କୁମୁଦିନୀ ମଲ୍ଲିକ, ଡେପୁଟି କଲେକ୍ଟର ଅଙ୍କିତ ଜେନା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅତିନିଆଲ ନାଇକା, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ନିର୍ବାଚନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପାଳନ କରି ସ୍ୱଚ୍ଛ, ନିର୍ଭୁଲ ଓ ଅନ୍ତର୍ଭୁକ୍ତିମୂଳକ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like