-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
08-Jan-2024
ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେହେରାପାଣି ଗନ୍ଧମାର୍ଦ୍ଧନ କ୍ରିକେଟ ପଡିଆରେ ବାର୍ଷିକ ଟୁର୍ଣ୍ଣମେଣ୍ଟ ବହୁତ ଜୋରସୋରରେ ଆରମ୍ଭ ହୋଇଯାଇଛି। ରେଙ୍ଗାଳି ପଞ୍ଚାୟତର ଯୁବ ସରପଞ୍ଚ ଉମାକାନ୍ତ ମେହେରଙ୍କ କରକମଳରେ ଉକ୍ତ ଟୁର୍ଣ୍ଣମେଣ୍ଟ ଶୁଭ ଉଦ୍ଘାଟନ କରାଯାଇଥିଲା।ଏହି ଖେଳରେ ୧୬ ଟି ଦଳ ଭାଗ ନେଇଛନ୍ତି।ପ୍ରତ୍ୟେକ ବର୍ଷ ଏହି ଟୁର୍ଣ୍ଣମେଣ୍ଟ ଆୟୋଜନ କରିଥାନ୍ତି ଏବଂ ବହୁତ ଆନନ୍ଦ ଉତ୍ସାହରେ ଏହି ଖେଳ ଚାଲିଥାଏ।ଦର୍ଶକ ମାନେ ଉପସ୍ଥିତ ରହି ଖେଳ ର ଆନନ୍ଦ ନେଇଥାନ୍ତି l ଗତକାଲି ଭରୁଆମୁଣ୍ଡା ଓ ବେନକେରା କ୍ରିକେଟ ଟିମ ମଧ୍ୟରେ ଖେଳ ଚାଲିଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୁବ ସାମ୍ବାଦିକ ତଥା ସମାଜସେବୀ ବେଦବର ଛତ୍ରିଆ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ କୁବେର,କୃଷ୍ଣ,ଶେଷଦେବ ବରିହା ଓ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ରହି ଏହି ଖେଳକୁ ସହଯୋଗ କରିଥିଲେ। ପବିତ୍ର ବାଗ ଖେଳ କୁ ପରିଚାଳନା କରିଥିଲେ l (ବେଦବର ଛତ୍ରୀଆ ଙ୍କ ରିପୋର୍ଟ )