-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
08-Jan-2024
ପାଟଣାଗଡ// ଖୁଣ୍ଟସମଲାଇ ୟଙ୍ଗ ଷ୍ଟାର ସ୍ପୋର୍ଟ୍ସ ଆସୋସିଏସନ ତରଫରୁ ଆୟୋଜିତ ୫ ଦିନିଆ କ୍ରିକେଟ ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ଯୋଗଦେଇ କ୍ରିକେଟ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ରାଶି ଏବଂ ଟ୍ରଫି ପ୍ରଦାନ କରିଥିଲେ l ଗ୍ରାମାଞ୍ଚଳର ଯୁବକ ମାନଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡା ପ୍ରତିଭା କୁ ଚି଼ହ୍ନଟ କରିବାରେ ଏହି ଟୁର୍ଣ୍ଣlମେଣ୍ଟ ସବୁଠାରୁ ଉତ୍ତମ ପ୍ରକ୍ରିୟା l ଓଡିଶାର ଯଶସ୍ବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଛାତ୍ରଛାତ୍ରୀ ଏବଂ ଯୁବକ ଶକ୍ତି ମାନଙ୍କ ଭିତରେ ଅନ୍ତର୍ନିହିତ କ୍ରୀଡା, ସଂସ୍କୃତି,ସମାଜସେବା, ଚିତ୍ରାଙ୍କନ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ଫୁଟବଲ, ଭଲିବଲ, କ୍ରିକେଟ, ହକି, ଖୋଖୋ, କବାଡି, ନୃତ୍ୟ, ସଙ୍ଗୀତ, ବକୃତା, ସମାଜସେବାରେ ରୁଚି ବୃଦ୍ଧି ପାଇଁ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଦ୍ୱାରା ଉତ୍ସାହିତ କରିଥିଲେ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ବିଶି ଉଦବୋଧନ ଦେଇଥିଲେ l ଫଟାମୁଣ୍ଡା କ୍ରିକେଟ ଦଳ ବିଜୟୀ ହୋଇଥଲେ l ବିଲେଇସାଥି କ୍ରିକେଟ ଦଳ ରନର୍ସ ଟ୍ରଫି ହାସଲ କରିଥିଲେ l ଖୁଣ୍ଟସମଲେଇ ୟଙ୍ଗ ଷ୍ଟାର ସ୍ପୋର୍ଟ୍ସ ଆସୋସିଏସନ ତରଫରୁ ୧୭ ତମ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା lଏହି ଟୁର୍ନାମେଣ୍ଟ ୫ ଦିନ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟ ରେ ୨0ଟି ଦଳ ଭାଗ ନେଇଥିଲେ ଓ ବିଲେଇସାଥି ଏବଂ ଫଟାମୁଣ୍ଡା ଭିତରେ ଫାଇନାଲ ମେଚ ହେଇଥିଲା ଟସ ଜିତି ଫଟାମୁଣ୍ଡା ଦଳ ଫିଲଡିଂ ନେଇଥିଲା ଓ ୪୧ ରନ ରେ ଅଲଆଉଟ କରିଦେଇଥିଲା ବିଲେଇସାଥି ଦଳକୁ ୭ ଉଇକେଟ ରେ ଫାଇନାଲ ରେ ଫଟାମୁଣ୍ଡା ଦଳ ବିଜୟୀ ହୋଇଥିଲା ଓ ବିଲେଇସାଥି ଉପବିଜେତା ହୋଇଥିଲା । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି,ସମ୍ମାନିତ ଅତିଥି ଅଧ୍ୟାପକ ସୁରେଶ ଚନ୍ଦ୍ର ବେହେରା, ସରପଞ୍ଚ ନମିନି ସୁରେନ୍ଦ୍ର ମେହେର, ଗାଁ ସଭାପତି ନବୀନ ମେହେର ଓ ଗାଁ ଭଦ୍ରବ୍ୟକ୍ତି ଉପସ୍ଥିତ ହୋଇ ଖେଳାଳିଝଙ୍କୁ ଉତ୍ସାହିତ କରିଥିଲେ l ପରେ ପ୍ରମୋଦ କୁମାର ଭୋଇ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l