-+91-9937148622 |

prerana_bgr@rediffmail.com |

  Monday 6th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   (06-Jul-2026)       ||      *ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   (06-Jul-2026)       ||      ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   (06-Jul-2026)       ||      କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||      ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ    (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ    (05-Jul-2026)       ||      ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   (05-Jul-2026)       ||      ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   (05-Jul-2026)       ||      ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   (05-Jul-2026)       ||      ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   (05-Jul-2026)       ||      ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ    (05-Jul-2026)       ||      କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ    (05-Jul-2026)       ||      ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ    (05-Jul-2026)       ||      ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ   (05-Jul-2026)       ||      ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ♦️ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି   (05-Jul-2026)       ||      ମାଲକାନଗିରି ଜିଲ୍ଲାରେ ୧୪୩୭ ପରୀକ୍ଷାର୍ଥୀ ଦେଲେ ଓଟିଇଟି    (05-Jul-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   (05-Jul-2026)       ||      *ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରକାଶନ ଓ ପ୍ରେସ ବିବୃତ୍ତି* -   (05-Jul-2026)       ||     

HOME   ରାଜ୍ୟ

ଔଷଧଦୋକାନରେ ରାସଲୀଳା : ମାଲିକର ଅବୈଧ ଯୌନ ଲାଳସାରେ ବଳି ଯୁବତୀ ? ଏସିଡ ପିଇ ଯୁବତୀଙ୍କ ଆତ୍ମହତ୍ୟା

07-Jan-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ବଲାଙ୍ଗୀର ସହରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ସୁଦ୍ ପଡାରେ ଥିବା ଏକ ଔଷଧଦୋକାନରେ କାମ କରୁଥିବା ସଇଁନ୍ତଳା ମଅଗାଁର ଜଣେ ଅବିବାହିତା ଯୁବତୀ ମାଲିକର ଅବୈଧ ଯୌନଲାଳସାର ଶିକାର ହେବାପରେ ଗତମାସ ୯ତାରିଖରେ ଏସିଡ୍ ପିଇଦେଇ ଆତ୍ମହତ୍ୟା କରିଥିବା ଓ ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ହାସପାତାଳରେ ଭର୍ତ୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ରେଫର୍ କରାଯିବା ସତ୍ତ୍ୱେ ମାଲିକ ତାକୁ ବରଗଡର ଘରୋଇ ହାସପାତାଳ ବିକାଶରେ ଭର୍ତ୍ତି କରାଯିବା ପରେ ସେଠାରେ ଗତମାସର ୧୨ ତାରିଖରେ ତା'ର ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ଏହି ଏମଏଲସି ମାମଲାଟିକୁ ଉଭୟ ସରକାରୀ ଓ ଘରୋଇ ହାସପାତାଳ ପକ୍ଷରୁ ପୁଲିସ୍ ରେ ଏତଲା କରା ନଯିବା ସହ ବିନା ଶବବ୍ୟବଚ୍ଛେଦରେ ଯୁବତୀଟି ଖ୍ରୀଷ୍ଟିୟାନ୍ ସଂପ୍ରଦାୟର ହୋଇଥିବାରୁ ମାଟିତଳେ ପୋତିଦିଆଯାଇଥିବା ପ୍ରକାଶ ।

ଅନୁସନ୍ଧାନରୁ ପ୍ରକାଶ ଯେ , ପୂର୍ବରୁ ସ୍ତ୍ରୀ ସହ ଡିଭୋର୍ସ ହେବାପରେ ଦ୍ବିତୀୟବିବାହ କରିଥିବା ପାଟଣାଗଡ ଅଞ୍ଚଳର ଏହି ଔଷଧଦୋକାନୀ ଜଣକ ତାଙ୍କ ଦୋକାନରେ କାମ କରିବାର ପ୍ରଲୋଭନ ଦେଇ ମହିଳା କର୍ମଚାରୀଙ୍କ ସାଙ୍ଗରେ ରୀତିମତ ନିଜର ଯୌନଲାଳସା ମେଣ୍ଟାଇ ଆସୁଥିବା ସହ ଉକ୍ତ ଯୁବତୀଟିକୁ ଫାଶରେ ଫସାଇ ଅବୈଧ ସମ୍ପର୍କ ସ୍ଥାପନ କରି ଆସୁଥିଲେ । ଗତମାସ ୮ ତାରିଖରେ ଅର୍ଥାତ୍ ଘଟଣାର ପୂର୍ବଦିନ ରାତିରେ ଦୋକାନ ବନ୍ଦ କଲାପରେ ଶେଷରେ ଥିବା ମାଲିକ ଓ ଉକ୍ତଯୁବତୀଟି ରହିଯାଇଥିଲେ । ମାଲିକ ତାକୁ ସେହି ପଡାରେ ଘରଭଡା ନେଇ ତାକୁ ରଖିଥିବା ଘରକୁ ଯିବାକୁ କହିବା ସତ୍ତ୍ୱେ ଯୁବତୀଟି ଟ୍ରେନ୍ ଚକାତଳେ ଆତ୍ମହତ୍ୟା କରିବାକୁ ସିଧା ସୋନପୁର ଲେଭେଲ୍ କ୍ରସିଂ ଗେଟ୍ ଆଡକୁ ଯିବାରୁ ମାଲିକ ପଛେପଛେ ଯାଇ ତାକୁ ବୁଝାଇ ମନାଇ ଫେରାଇ ଥିଲେ ଓ ଯୁବତୀଟି ପୁଣି ନମାନି ଆରପଟ ଚମାରପଡା ଗ୍ୟାସ୍ ଗୋଦାମ ନିକଟରେ ଥିବା ରେଳଲାଇନ୍ ଆଡକୁ ଚାଲିଯାଇଥିଲା । ପୁଣି ତା'କୁ ଯାଇ ମାଲିକ ଯୁବତୀଟିକୁ ଧରିଆଣିବା ସମୟରେ ତିନିଜଣ ସ୍ଥାନୀୟ ଦୁର୍ବୃତ୍ତଙ୍କ ସାଙ୍ଗରେ ତାଙ୍କର ଗଣ୍ଡଗୋଳ ମଧ୍ୟ ହୋଇଥିଲା । ଶେଷରେ ବହୁକଷ୍ଟରେ ମାଲିକ ଯୁବତୀଟିକୁ ଭଡାଘରେ ଛାଡିଥିଲେ । ଏ ସମ୍ପର୍କରେ ମାଲିକ ଯୁବତୀଟିର ଘରକୁ ଖବର ଦେବାରୁ ଝିଅଟିର ବାପା ରାତିବାରଟାରେ ସଇଁନ୍ତଳାରୁ ଆସିବା ସମ୍ଭବ ନୁହେଁ ବୋଲି ମନାକରି ସକାଳୁ ଆସିବାକୁ କହିଥିଲେ । ପରଦିନ ସକାଳୁ ଝିଅର ବାପା ବଲାଙ୍ଗୀର ସୁଦ୍ ପଡାର ଭଡାଘରକୁ ପହଞ୍ଚିବା ପରେ ଯୁବତୀଟି ବାହାନା କରି ବାପାକୁ ସିଙ୍ଗଡା ଆଣିବାକୁ ବାହାରକୁ ପଠାଇଦେଇ ଏସିଡ୍ ପିଇଦେଇଥିବା ବିଶ୍ବସ୍ତସୂତ୍ରରୁ ପ୍ରକାଶ । ଏହାପରେ ଯୁବତୀଟିକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ର ହାସପାତାଳରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାକୁ ବୁର୍ଲା ଭୀମସାରକୁ ରେଫର କରାଯାଇଥିଲା । କିନ୍ତୁ ମାଲିକ  ନିଜର ନାଁ' ଗାଁ' ଡାକ୍ତରଖାନା ରେଜିଷ୍ଟରରେ ନ ଦର୍ଶାଇ ଘଟଣାକୁ ଲୁଚାଇବା ମନ୍ଦ ଉଦ୍ଦେଶ୍ୟରେ ଦୋକାନର ଅନ୍ୟଜଣେ ଯୁବକର୍ମଚାରୀର ଫୋନ୍ ନମ୍ବର ଉଲ୍ଲେଖ କରିବା ସହ  ଯୁବତୀଟିକୁ ସେଠାକୁ ନନେଇ ବରଗଡର ବିକାଶ ଘରୋଇ ହାସପାତାଳରେ ଭର୍ତ୍ତି କରିଦେଇଥିଲେ । ସେଠାରେ ୪ଦିନପରେ ଯୁବତୀଟିର ମୃତ୍ୟୁ ହୋଇଯାଇଥିବା ଓ ସେଠାରେ ମଧ୍ୟ ଏହି ମାମଲାଟି ପୁଲିସ୍ କୁ ନ ଜଣାଇ ବିନା ଶବବ୍ୟବଚ୍ଛେଦରେ ଫେରାଇ ଆଣି ଗାଁ'ରେ କବର ଦିଆଗଲା ବୋଲି ଚର୍ଚ୍ଚା ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ , ଯୁବତୀଟିର ପରିବାର ପକ୍ଷରୁ ଏ ସମ୍ପର୍କରେ କେହି ମୁହଁ ଖୋଲୁ ନାହାଁନ୍ତି  ! ଏ ସମ୍ପର୍କରେ କେତେକ ସାମ୍ବାଦିକ ବନାମ ସମାଜସେବୀଙ୍କ ପକ୍ଷରୁ ଭୀମଭୋଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚରାଉଚୁରା କରାଯିବା ସହିତ ତଥ୍ୟ ମଗାଯାଇଥିବା ଜଣାଯାଇଛି । ତେବେ ଏଭଳି ଏକ ଗୁରୁତର ଅବୈଧ ଆପରାଧିକ ମାମଲାଟି ଜିଲ୍ଲା ପ୍ରଶାସନର ନାକତଳେ ଘଟିଯାଇ ଥିଲେ ହେଁ ଏ ସମ୍ପର୍କରେ କାହାକୁ ଜଣା ନଥିବା ବିସ୍ମୟର ବିଷୟ  !  ଅଭିଯୁକ୍ତ ଔଷଧଦୋକାନ ମାଲିକଙ୍କ ଲକ୍ଷାଧିକ ଟଙ୍କା ସମସ୍ତଙ୍କର ମୁହଁ ବନ୍ଦ କରିଦେଇନାହିଁ ତ  ? ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   06-Jul-2026
  ଜିଲ୍ଲା  
*ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   06-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   06-Jul-2026
  ରାଜ୍ୟ  
କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି   05-Jul-2026
  ଜିଲ୍ଲା  
ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   05-Jul-2026
  ରାଜ୍ୟ  
ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   05-Jul-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ   05-Jul-2026
  ଖେଳ  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   05-Jul-2026
  ଜିଲ୍ଲା  
ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   05-Jul-2026
  ଜିଲ୍ଲା  
ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   05-Jul-2026
  ଜିଲ୍ଲା  
ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   05-Jul-2026
  ରାଜ୍ୟ  
ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   05-Jul-2026

You Might Also Like