-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
06-Jan-2024
ଭୁବନେଶ୍ୱର(ପ୍ରେରଣା ଖବର ): ଆଜି ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ନେତୃତ୍ୱ ରେ ନବୀନ ନିବାସ ରେ ଅଧ୍ୟକ୍ଷ ନବୀନ ଓଡିଶା ତଥା ଅଧ୍ୟକ୍ଷ ୫-ଟି ଶ୍ରୀ ଭି.କେ ପାଣ୍ଡିଆନଙ୍କୁ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ଆଦିବାସୀ ବେଶଭୂଷା, ବାଦ୍ୟ ସହିତ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପରେ ଆଦିବାସୀ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ଓଡିଶାର
ଆଦିବାସୀ ମାନଙ୍କ ସମସ୍ୟା ସମ୍ବଳିତ ସ୍ମାରକପତ୍ର ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ପ୍ରଦାନ କରିଥିଲେ l ପ୍ରମୁଖ ଦାବୀଗୁଡିକ ମଧ୍ୟରେ ସରକାର ଙ୍କ ତରଫରୁ ରାଜ୍ୟର ୧ କୋଟି ଆଦିବାସୀ ତଥା ବlଷଠି ପ୍ରକାର ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱରରେ ରାଜ୍ୟ ଆଦିବାସୀ ଭବନ ନିର୍ମାଣ କରିବା ସହିତ ରାଜ୍ୟର ଆଦିବାସୀ ମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ତଥା ବିକାଶ ବିଷୟରେ ଉପସ୍ଥାପନ କରିଥିଲେ l ଅନୁସୂଚିତ ଅଞ୍ଚଳରେ ଆଦିବାସୀ ଜମି ବିକ୍ରି ବନ୍ଧକି ହସ୍ତାନ୍ତର ସମ୍ପର୍କିତ ଆଦିବାସୀ ପରାମର୍ଶଦାତା ପରିଷଦ ର ସୁପାରିଶ ଏବଂ କେବିନେଟ ଆଲୋଚନା କୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟାହାର କରିଥିବାରୁ ଆଦିବାସୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ଦଳ ରେ ସଭାପତି ବାଳକୃଷ୍ଣ ଶବର,ଉପସଭାପତି ରାଜୀବ ମଲ୍ଲିକ, ରାମ ଶବର,ପରମାନନ୍ଦ ମାଝୀ, ଚନ୍ଦ୍ରଶେଖର ବାଗ, ଭାନୁପ୍ରତାପ ସିଂ ମାଝୀ, ବାଳକୃଷ୍ଣ ମଲ୍ଲିକ,ଶ୍ୟାମସୁନ୍ଦର ଭୋଇ,ସାରଥୀ ବାଗ,ରାଜେନ୍ଦ୍ର ମଲ୍ଲିକ,ଶ୍ରୀମତୀ ସୁମନ୍ତୀ ମଲ୍ଲିକ, ଶ୍ରୀମତୀ କୁନ୍ତଳା ମଲ୍ଲିକ, କୁନି ମଲ୍ଲିକ, ସୁନାଲି ମଲ୍ଲିକ, ମିନି ମଲ୍ଲିକ, ରୁନୁ ମଲ୍ଲିକ, ହୁଂଜିଲା ମଲ୍ଲିକ, ତୁମ୍ପିଲା ମଲ୍ଲିକ,
ପରମେଶ୍ୱର ଶବର,ଲମ୍ବୋଦର ସିଂ, ଚନ୍ଦ୍ରଶେଖର ବରିହା,ଚକ୍ର ଶେଖର ହେମ୍ରମ , ଜୟଦେବ ମିଞ୍ଜ, ଯୁବରାଜ ଭୋଇ, ଯୋଗେନ୍ଦ୍ର ମିର୍ଦ୍ଧା, ଗୁପ୍ତେଶ୍ୱର ମଲ୍ଲିକ, ନନ୍ଦନ ବାରିକ, ପlଳେଶ୍ୱର ଭୋଇ, ରାଜୀବ କୁମାର ମଲ୍ଲିକ,ଗୋପାଳ ପ୍ରଧାନ, ବିଦ୍ୟାଧର ଶବର,ଯଦୁମଣି ବରିହା, ରାଜେଶ ମଲ୍ଲିକ, ଗନ୍ଧର୍ବ ବରିହା, ଭୁବନେଶ୍ୱର ଧରୁଆ, ଅଚ୍ୟୁତ ଧରୁଆ,କୁଶ ବରିହା, ଈଶ୍ୱର ଚନ୍ଦ୍ର ନାଏକ, ଯୁବରାଜ ସିଙ୍ଗଭୋଇ,ପରମେଶ୍ୱର ଶବର ପ୍ରମୁଖ ସାମିଲ ଥିଲେ l