-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
02-Jan-2024
ବଲାଙ୍ଗୀର, (ପ୍ରେରଣା ଖବର) ଜଙ୍ଗଲ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିବା ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଆରସିଡ଼ିସି(RCDC) ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଦାସଙ୍କ ଅକାଳ ବିୟୋଗରେ ବଲାଙ୍ଗୀର ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି l ପ୍ରୋଗ୍ରାମ ଅଫିସର କୁଳମଣି ସାହୁ ସ୍ବର୍ଗତ ଦାସଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିବା ସହିତ ଏଭଳି ଦୁଃଖଦ ସ୍ଥିତିରେ ତାଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ l ଏଥିସହିତ ସ୍ବର୍ଗତ ଦାସଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକ ସଭାରେ ଅନୁଷ୍ଠାନର ଆଞ୍ଚଳିକ ପରିଚାଳକ ଶମ୍ଭୁ ସାହୁ, ଦେବରାଜ ଭୁଏ, ଆଶିଷ କୁମାର, ରଘୁନାଥ ରଣା, ଶବ୍ଦ ଗଡତ୍ୟା,ଅଜୟ ବାଦୀ, ବିଶ୍ୱବାସ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ l