-+91-9937148622 |

prerana_bgr@rediffmail.com |

  Tuesday 14th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   (14-Jul-2026)       ||      ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   (14-Jul-2026)       ||      ୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   (14-Jul-2026)       ||      ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ    (13-Jul-2026)       ||      ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    (13-Jul-2026)       ||      ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   (13-Jul-2026)       ||      ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍   (13-Jul-2026)       ||      ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ର ହ୍ଵାଟ୍ସପ୍ ଗ୍ରୀଭାନାସ୍ ସେଲ୍ ଉଦ୍ଘାଟନ   (13-Jul-2026)       ||      ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ   (13-Jul-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜର ଯୁବ ରେଡକ୍ରସ କାର୍ଯ୍ୟାଳୟ ଉଦ୍ଘାଟନ   (13-Jul-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ବଲାଙ୍ଗିର ଠାରେ ଗ୍ରକାକ ପରାମର୍ଶ କେନ୍ଦ୍ର ଉଦ୍ଘାଟିତ   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||     

HOME   ଜିଲ୍ଲା

ସାଂସ୍କୃତିକ ଚେତନାର ବାର୍ତ୍ତାବହ ସୋନପୁର ପଏଁରୀ ତିହାର

31-Dec-2023



ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ପ୍ରତିବର୍ଷ ପ୍ରତି ଜିଲ୍ଲା ତଥା ପାଖ ପଡିଶା ଅଞ୍ଚଳବାସୀଙ୍କୁ ନୂଆ ବର୍ଷର ଆରମ୍ଭରେ ଗୀତ ନାଚ ମାଧ୍ୟମରେ ଖୁବ୍ ମୋନାରଞ୍ଜନ ଯୋଗାଇ ଆସୁଥିବା ପଏଁରି ଉତ୍ସବ  ଆସନ୍ତା ଜାନୁଆରୀ ୧,୨,୩ ତାରିଖ ସ୍ଥାନୀୟ ନୂତନ ଟାଉନ୍ ହଲ୍ ଠାରେ ୨୦୨୪  ଜାତୀୟସ୍ତରୀୟ ଲୋକ ସଙ୍ଗୀତ ଉତ୍ସବ ପାଳନ କରିବାକୁ ଅଣ୍ଟା ଭିଡିଛି। ୨୦୦୦ ମସିହାରେ  ପ୍ରାକ୍ତନ ବିଧାୟକ କୁନ୍ଦୁରୁ କୁଶଳଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ଏ ଅନୁଷ୍ଠାନ ନିଜ ଅଞ୍ଚଳର ଲୋକ କଳା ଲୋକ ସଂସ୍କୃତି ସମେତ ଭାରତୀୟ ଲୋକ ସଂସ୍କୃତିକୁ ଉଜ୍ଜୀବିତ ରଖିବା ଓ ଜାତୀୟସ୍ତରରେ କଳାକାର ମାନଙ୍କୁ ଏଥିରେ ସାମିଲ କରିବାର ପ୍ରୟାସ ଜାରି ରଖିଥିବାରୁ ଆଜି ଅନୁଷ୍ଠାନ ଜାତୀୟସ୍ତରରେ ଖ୍ୟାତି ଲାଭ କରିଛି। ପ୍ରତିଷ୍ଠା ବର୍ଷ  ସୋନପୁର ଠାରେ ଏକ ଛୋଟ ଉତ୍ସବ ମାଧ୍ୟମରେ କୁନି କୁନି ପ୍ରତିଭା ମାନଙ୍କୁ ଲୋକ ଲୋଚନ କୁ ଆଣିବା ପରେ ପରେ ପ୍ରଥମେ କଳାହାଣ୍ଡି ଉତ୍ସବ, ସୁବର୍ଣ୍ଣ ଲୋକ ଉତ୍ସବ, ସମ୍ବଲପୁର ମୋହୋତ୍ସବ, ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ସମେତ ଆଜିଯାଏଁ ରାଜ୍ୟ ର ୩୫ ଗୋଟି ଜିଲ୍ଲା ମୋହତ୍ସବ ମାନଙ୍କ ରେ ପଏଁରୀ ଲୋକ ନୃତ୍ୟ ସଙ୍ଗୀତ ପରିବେଷଣ କରି ଖୁବ୍ ଲୋକପ୍ରିୟ ଓ ପରିଚିତ ହୋଇ ପାରିଛି। ବିଶେଷ କରି ସୋନପୁରର ଲୋକ କଳା ଲୋକ ସଂସ୍କୃତି ଉପରେ ପ୍ରାଧାନ୍ୟ ଦେଈ ଆଗେଇ ଚାଲିଥିବା ଏହି ଅନୁଷ୍ଠାନ ବିଲୁପ୍ତ ଲୋକ କଳାକୁ ଉଦ୍ଜିବିତ କରିବା , ଏବଂ ଲୋକ କଳା ସଂସ୍କୃତି କୁ ନେଇ ଭିନ୍ନ ଭିନ୍ନ ଜାଗାରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଏକ୍ସ୍ପର୍ଟ ମାନଙ୍କୁ ନେଇ ସ୍ୱତନ୍ତ୍ର ସେମିନାର ଓ କର୍ମଶାଳା ର ଆୟୋଜନ କରା କରାଯାଉଛି l ଲୋକ କଳା, ସଂଗୀତ ଓ ନୃତ୍ୟ ଉପରେ ଗବେଷଣା ଜାରି ରଖି ଆସିଥିବା ଏ ଅନୁଷ୍ଟନ ର ସମ୍ପାଦକ ଚୌଧିରି ବିଭାର ସଂସ୍କୃତି ଅନୁଷ୍ଟାନ ନୂଆଦିଲ୍ଲୀ ଠାରେ ଜୁନିଅର ଫେଲୋସିପ ଭlବେ ପୁରସ୍କୃତ ହୋଇ ଅନୁଷ୍ଠାନ ତଥା ଜିଲ୍ଲା ର ଗୌରବ ବଢାଇଛନ୍ତି l ପଏଁରୀ ଯେ କେବଳ ରାଜ୍ୟ ରେ ବିଭିନ୍ନ ଉତ୍ସବରେ ଉତ୍କୃଷ୍ଟ କଳା ପ୍ରଦର୍ଶନ କରି ପ୍ରଶଂସିତ ହୋଇଛି ତା ନୁହେଁ, ଏଲ୍ହାବାଦ ର ରାଷ୍ଟ୍ରୀୟ ନାଟକ ମହୋତ୍ସବ, ନୂଆଦିଲ୍ଲୀ, ଝାଡ଼ଖଣ୍ଡ, କଲିକତା, ବେଙ୍ଗଲୁରୁ, ରାଜସ୍ଥାନ, ଆସାମ ବିଭିନ୍ନ ରାଜ୍ୟ ମାନଙ୍କ ରେ  ନୂଆଁଖାଇ ଭେଟଘାଟ ଉତ୍ସବରେ ଏହି ଅନୁଷ୍ଠାନ ସର୍ବଶ୍ରେଷ୍ଠ ନୃତ୍ୟ ଗୀତ ପରିବେଷଣ କରି ସବୁଠି ଖୁବ୍

ପ୍ରସଂସା ପାଇଛି ଓ ଅଗଣିତ ଦର୍ଶକଙ୍କ ହୃଦୟ ଜିଣି ପାରିଛି l ଅନେକ ରାଜ୍ୟରେ ମହାମହିମ ରାଜ୍ୟପାଳ ମlନଙ୍କ ଠାରୁ ବିଭିନ୍ନ ଜିଲ୍ଲାପାଳ ମାନଂକ ଠାରୁ ଅନୁଷ୍ଠାନ ସମ୍ବର୍ଦ୍ଧିତ ହୋଇ ଆସିଛି l ଏ ଉତ୍ସବର ନାଚଗୀତ କାର୍ଯ୍ୟକ୍ରମକୁ ସୋନପୁର ସମେତ ପାଖ ପଡୋଶୀ ଜିଲ୍ଲାର ହଜାର ହଜାର ଦର୍ଶକ ତିନି ଦିନ ଯାଏ ଉପଭୋଗ କରିବା ପାଇଁ ଉତ୍କଣ୍ଠାର ସହିତ ନୂଆଁ ବର୍ଷକୁ ଅପେକ୍ଷା କରିଥାନ୍ତି l ଦୀର୍ଘ ବର୍ଷ ଧରି ପୁରୁଣା ଟାଉନ୍ ହଲରେ ଏ ଉତ୍ସବ ପାଳୀତ ହୋଇ ଆସୁଥିବା ବେଳେ ଏ ବର୍ଷ କିନ୍ତୁ ନୂଆଁ ଓ ଅତ୍ୟାଧୁନିକ ଟାଉନ୍ ହଲରେ ଏ ଉତ୍ସବ ଅୟୋଜନ ହେଉଥିବାରୁ ଆହୁରି  ଉତ୍ସାହ, ଶୃଙ୍ଖଳିତ ଓ ସଫଳତା ର ସହ ପାଳନ ହେବ ଏବଂ ଦର୍ଶକ ଓ ଦୂର ଦୁରlନ୍ତର କଳାକାର ମାନେ ଖୁବ୍ ମଜା ନେବେ ବୋଲି ଅନୁଷ୍ଠାନର   ପ୍ରତିଷ୍ଠାତା ସଭ୍ୟ ଅଭିମନ୍ୟୁ କୁଶଳ, ଉପଦେଷ୍ଟl ଶ୍ରୀବତ୍ସ ମଲ୍ଲିକ, ସଭାପତି ଲଡୁ କିଶୋର ମଲ୍ଲିକ, ଉପସଭାପତି ପ୍ରଫୁଲ୍ଲ ନାଏକ ଓ  ସମ୍ପାଦକ ଚୌଧିରୀ ବିଭାର ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରି ଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   14-Jul-2026
  ଜିଲ୍ଲା  
ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   14-Jul-2026
  ରାଜ୍ୟ  
୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   14-Jul-2026
  ରାଜ୍ୟ  
ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ   13-Jul-2026
  ଜିଲ୍ଲା  
ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    13-Jul-2026
  ଜିଲ୍ଲା  
ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   13-Jul-2026
  ଜିଲ୍ଲା  
ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍   13-Jul-2026
  ଜିଲ୍ଲା  
ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ର ହ୍ଵାଟ୍ସପ୍ ଗ୍ରୀଭାନାସ୍ ସେଲ୍ ଉଦ୍ଘାଟନ   13-Jul-2026
  ଜିଲ୍ଲା  
ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ   13-Jul-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜର ଯୁବ ରେଡକ୍ରସ କାର୍ଯ୍ୟାଳୟ ଉଦ୍ଘାଟନ   13-Jul-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ବଲାଙ୍ଗିର ଠାରେ ଗ୍ରକାକ ପରାମର୍ଶ କେନ୍ଦ୍ର ଉଦ୍ଘାଟିତ   13-Jul-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   13-Jul-2026

You Might Also Like