-+91-9937148622 |

prerana_bgr@rediffmail.com |

  Tuesday 14th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   (14-Jul-2026)       ||      ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   (14-Jul-2026)       ||      ୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   (14-Jul-2026)       ||      ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ    (13-Jul-2026)       ||      ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    (13-Jul-2026)       ||      ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   (13-Jul-2026)       ||      ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍   (13-Jul-2026)       ||      ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ର ହ୍ଵାଟ୍ସପ୍ ଗ୍ରୀଭାନାସ୍ ସେଲ୍ ଉଦ୍ଘାଟନ   (13-Jul-2026)       ||      ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ   (13-Jul-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜର ଯୁବ ରେଡକ୍ରସ କାର୍ଯ୍ୟାଳୟ ଉଦ୍ଘାଟନ   (13-Jul-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ବଲାଙ୍ଗିର ଠାରେ ଗ୍ରକାକ ପରାମର୍ଶ କେନ୍ଦ୍ର ଉଦ୍ଘାଟିତ   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||     

HOME   ଜିଲ୍ଲା

ନର୍ଲା ରାଜନୈତିକ ସମୀକରଣ ଭୋଟରଙ୍କ ମୋଡ କେମିତି?

31-Dec-2023



ରୁପ୍ରାରୋଡ୩୧/୧୨ (ସଞ୍ଜିବ ଦାସ )
କଳାହାଣ୍ଡି ଜିଲ୍ଲାର   ବିଧାନସଭା ଆସନରୁ ନର୍ଲା ଆସନ ଗୋଟି ଏକ ଚର୍ଚ୍ଚିତ ଆସନ ଭାବରେ ସବୁବେଳେ,ଚର୍ଚ୍ଚାରେ ରହିଆସିଛି ଆସନ୍ତା ୨୦୨୪ ନିର୍ବାଚନ ପାଇଁ ସରକାର ତାରିଖ ଘୋଷଣା କରିଥିବା ବେଳେ, ବର୍ତ୍ତମାନ ବିଜେଡି ,ବିଜେପି,କଂଗ୍ରେସ ,ତିନି ରାଜନୈତିକ ଦଳରେ ମାହୋଲ୍ ଦିନକୁ ଦିନ ସରଗରମ ହେବାରେ ଲାଗିଛି, ଏହି କ୍ରମରେ ମୁଖ୍ୟତଃ ବିଜେଡି ,ଓ ବିଜେପି ,ଭିତରେ ଲଢେ଼ଇ କୁ ନେଇ କର୍ମୀ ଓ ଭୋଟର ସ୍ଥାନେ ସ୍ଥାନେ ଆଲୋଚନା କରୁଛନ୍ତି କିନ୍ତୁ, ବର୍ତ୍ତମାନ ରାଜନୈତିକ ସମୀକ୍ଷକ ଙ୍କ ମତରେ ଦେଖିବାକୁ ଗଲେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା  ମନୋରମା ମହାନ୍ତି ଦୁଇ ଦୁଇ,ଥର ଅଧ୍ୟକ୍ଷା ପଦ ରେ ଅଳଙ୍କୃତ ହୋଇ ତାଙ୍କର ଲୋକପ୍ରିୟତା ବଢ଼ିଛି ଏବଂ ତାଙ୍କର ସ୍ବାମୀ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି ମଧ୍ୟ ବିଜେଡି ର ଜଣେ ଛାମୁଆଁ ଯୁବ ସଂଗଠକ ଭାବରେ କ୍ଷାତି ଅର୍ଜନ କରିଛନ୍ତି ତେଣୁ ମହାନ୍ତି ମଧ୍ୟ ପ୍ରାର୍ଥୀ ହେଲେ ଯେତେ ବଡ଼ ନେତାଙ୍କ ସହ ତାଙ୍କର ଲଢେ଼ଇ କରିବା ସମର୍ଥ ଥିବା ଆଲୋଚନା ହେଉଛି, ସେହିଭଳି ବର୍ତ୍ତମାନ ନର୍ଲା ନିର୍ବାଚନ ମଣ୍ଡଳୀ ର ବିଜେଡି ସଭାପତି ତଥା ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି ମଣ୍ଡଳ) ମଧ୍ୟ କଳାହାଣ୍ଡି ର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ଭାବରେ ଘରେ ଘରେ ପରିଚିତ ଅଟନ୍ତି ବର୍ତ୍ତମାନ ତାଙ୍କର ସେବା କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଥିବା ବାଟେଘାଟେ ଆଲୋଚନା ହେଉଛି

ଏଭଳି ନର୍ଲା ଆସନ ପାଇଁ ବିଜେଡି ରୁ ଚିତ୍ତ ରଞ୍ଜନ ମଣ୍ଡଳ ଏବଂ ସ୍ଥାନୀୟ ନେତ୍ରୀ ତଥା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଆଶାୟୀ ଥିବା ବେଳେ ବର୍ତ୍ତମାନ କଳାହାଣ୍ଡି ର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ର  ଟାଣୁଆ ନେତା,ଭକ୍ତ ଚରଣ ଦାସ ମଧ୍ୟ ନର୍ଲା ଆସନ ର ପ୍ରାର୍ଥୀ ହେବା ଘୋଷଣା କରିବା ପରେ ଟିକେ ରାଜନୈତିକ ରଙ୍ଗ ବଦଳିଛି କାରଣ ଏହି ଆସନ ପାଇଁ ପୂର୍ବରୁ ନର୍ଲା ର ସମୀର ଚାନ୍ଦ କଂଗ୍ରେସ ରୁ ଆଶାୟୀ ଥିବା ବେଳେ କଂଗ୍ରେସ ର ଗଡ଼ କୁହାଯାଉଥିବା ନର୍ଲା ଆସନ ଭକ୍ତ ବାବୁ ଙ୍କ ପାଇଁ କିଛିଟା ଅଡ଼ୁଆ ସୃଷ୍ଟି କରିପାରେ 
ଗତ ୨୦୧୯ ନିର୍ବାଚନ ରେ କଂଗ୍ରେସ ରୁ ଚିତ୍ତ ରଞ୍ଜନ ମଣ୍ଡଳ ପ୍ରାର୍ଥୀ ଭାବରେ ଛିଡା ହୋଇ ୩୫୭୫୩  ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଶ୍ରୀଯୁକ୍ତ ମଣ୍ଡଳ କଂଗ୍ରେସ ର ହାତ ଛାଡ଼ି ତାଙ୍କର ସମସ୍ତ କର୍ମୀ ଓ ଶୁଭେଛୁ ମାନଙ୍କୁ ନେଇ ବିଜେଡି ରେ ଯୋଗଦେଲେ ଫଳରେ ବର୍ତ୍ତମାନ ନର୍ଲା କଂଗ୍ରେସ ପୂର୍ବ ଭଳି ମଜଭୁତ ନ ଥିବା ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ଏଭଳି ସ୍ଥିତିରେ ବିଜେପି ପ୍ରାର୍ଥୀ ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ,ତଥା କଳାହାଣ୍ଡି ଓବିସି ସେଲ ର ସଭାପତି  ପ୍ରଦୀପ କୁମାର ନାଏକ ମଧ୍ୟ ପ୍ରାର୍ଥୀ ଭାବରେ ଆଶାୟୀ ଅଛନ୍ତି

କାରଣ ତାଙ୍କ ଦଳ ୨୦୧୯ ନିର୍ବାଚନ ରେ ୪୪୨୦୪ ଖଣ୍ଡ ଭୋଟ ପାଇ ଦିତ୍ୱୀୟ ସ୍ଥାନରେ ଥିବାରୁ ସେ ମଧ୍ୟ ଦାବେଦାର ଅଛନ୍ତି କିନ୍ତୁ ଗତ ଥର ଶାସକ ଦଳର ମାନ୍ୟବର ବିଧାୟକ ଭୂପିନ୍ଦର ସିଂ ବହୁତ୍ କମ୍ ଭୋଟ ବ୍ୟବଧାନ ରେ ୫୩୨୬୪ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ତାଙ୍କ ବାୟସାଧିକ୍ୟ କାରଣ ,ଓ,ଲୋକପ୍ରିୟତା ହ୍ରାସ ହେଉଥିବା ଆଲୋଚନା କୁ ମଧ୍ୟ ଅସ୍ବୀକାର କରାଯାଇ ନ ପାରେ ବୋଲି ସମୀକ୍ଷକ ମାନେ ମତ ଦିଅନ୍ତି ଏଣୁ ନର୍ଲା ନିର୍ବାଚନ ମଣ୍ଡଳୀ ର ଚାରିଟି ବ୍ଲକ ର ୬୬ ପଞ୍ଚାୟତ ର ଦୁଇଲକ୍ଷ ଶୋହଳ ହଜାର ସାତଶହ ଭୋଟର ଆଗାମୀ ଦିନରେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି ମତ ପ୍ରକାଶ ପାଇଛି,


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   14-Jul-2026
  ଜିଲ୍ଲା  
ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   14-Jul-2026
  ରାଜ୍ୟ  
୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   14-Jul-2026
  ରାଜ୍ୟ  
ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ   13-Jul-2026
  ଜିଲ୍ଲା  
ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    13-Jul-2026
  ଜିଲ୍ଲା  
ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   13-Jul-2026
  ଜିଲ୍ଲା  
ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍   13-Jul-2026
  ଜିଲ୍ଲା  
ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ର ହ୍ଵାଟ୍ସପ୍ ଗ୍ରୀଭାନାସ୍ ସେଲ୍ ଉଦ୍ଘାଟନ   13-Jul-2026
  ଜିଲ୍ଲା  
ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ   13-Jul-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜର ଯୁବ ରେଡକ୍ରସ କାର୍ଯ୍ୟାଳୟ ଉଦ୍ଘାଟନ   13-Jul-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ବଲାଙ୍ଗିର ଠାରେ ଗ୍ରକାକ ପରାମର୍ଶ କେନ୍ଦ୍ର ଉଦ୍ଘାଟିତ   13-Jul-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   13-Jul-2026

You Might Also Like