-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
31-Dec-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ): ଜିଲ୍ଲା ଶିଶୁ ସୁରକ୍ଷା ଶାଖା ସୁବର୍ଣ୍ଣପୁର ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସ୍ୱେତାମ୍ବରୀ ପ୍ରଥମ ସ୍ଥାନରେ କୃତିତ୍ୱ ହାସଲ କରି ମୁଖ୍ୟ ଅତିଥି ସୁବର୍ଣ୍ଣପୁର ଆସିଷ୍ଟାଣ୍ଟ କଲେକ୍ଟର ଜ୍ୟୋତିର୍ମୟୀ ମଲ୍ଲିକଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି l ସେହିପରି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ମୃତ୍ତିକା ଦିବସ ଅବସରରେ ଅନୁଷ୍ଟିତ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଙ୍କ ଠାରୁ ପୁରସ୍କୃତ ହୋଇ କେନ୍ଦ୍ରୀୟ ବିଦ୍ୟାଳୟ ତଥା ସମଗ୍ର ଜିଲ୍ଲାର ଗୌରବ ବଢାଇଛନ୍ତି l ସପ୍ତମ ଶ୍ରେଣୀ ଛାତ୍ରୀ ସ୍ୱେତାମ୍ବରୀ ପାଣିଗ୍ରାହିଙ୍କ ଏ ସଫଳତାରେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମହଲ ରୁ ଖୁସି ଓ ଉତ୍ସାହ ବଢ଼ିଛି l ମେଧାବୀ ତଥା କୃତୀ ଛାତ୍ରୀ ସ୍ୱେତlମ୍ବରିଙ୍କୁ ଅନେକ ଜାଗାରୁ ଶୁଭେଛାର ସୁଅ ଛୁଟୁଛି l ସ୍ୱେତlମ୍ବରୀ ପଲ୍ସାଗୋରା କଲେଜର ତର୍କ ଶାସ୍ତ୍ର ବିଭାଗର ଅଧ୍ୟାପକ ବିଶେଶ୍ୱର ପାଣିଗ୍ରାହି ଙ୍କ ଝିଅ ଅଟନ୍ତି l