ଜନକଲ୍ୟାଣ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟିତ
30-Dec-2023
ବଲାଙ୍ଗିର(ଚିତ୍ରସେନ ବେହେରା)- ସ୍ଥାନୀୟ ଟିକ୍ରାପଡା ସ୍ଥିତ ପ୍ରହରିଛକ ନିକଟସ୍ଥ ଦୁର୍ଗା ଚରଣ ସାହୁଙ୍କ ବାସଭବନରେ ଜନ କଲ୍ୟାଣ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ବରିଷ୍ଠ ଆଇନଜୀବି ଜୟରାମ ମିଶ୍ର ତଥା ଅବସରପ୍ରାପ୍ତ କୃଷି ଅଧିକାରୀ କେଶବ ଚରଣ ମିଶ୍ର ଏହାକୁ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନ ଉତ୍ସବରେ ମଦନ ମୋହନ ରଥ, ହରେକୃଷ୍ଣ ପାତ୍ର, ଅରୁଣ କୁମାର ଖୁଆସ, ମଧୁ ସାହୁ, ଶିବ ନାରାୟଣ ରଥ, ଅଶୋକ କୁମାର ଚାନ୍ଦ, ପ୍ରଦୀପ ପଶାୟତ, ବାସ୍ନାରାଣୀ ନାଏକ, ସରିତା ସାହୁ, ରିତା ସାହୁ, ମନ୍ଦୋଦରୀ ସାହୁ, ଶଶାଙ୍କ ଶେଖର ନାଏକ, ମନୀଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସିତାଂଶୁ ଶେଖର ନାୟକ, ଏକ୍ୟୁପ୍ରସରବିଦ୍ ତଥା ଦୁର୍ଗା ଚରଣ ସାହୁ ସମାଜସେବୀଙ୍କ ମିଳିତ ପ୍ରଚେଷ୍ଠାରେ ଏହି ଅନୁଷ୍ଠାନ ଆଗାମୀ ଦିନରେ ଆକ୍ୟୁପ୍ରେସର, ମ୍ୟାଗନେଟ ତଥା ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ସମସ୍ତ ରୋଗ ର ଚିକିତ୍ସା ଜାରି ରଖିବ ।