-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
30-Dec-2023
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ତଥା ଏଫ୍ଇଏସ ଓ ଆରସିଡିସି ସହାୟତାରେ ଲୋଇସିଂହା ଓ ଆଗଲପୁର ବ୍ଲକର ଗୋଷ୍ଠୀ ସ୍ଵେଚ୍ଛାସେବୀଙ୍କୁ ନେଇ ସ୍ଥାନୀୟ ବ୍ଲକ ସଭାଗୃହରେ "ମୋ ଜଙ୍ଗଲ ଜମି ଯୋଜନା" ରେ ଏକ ଦିନିକିଆ ତାଲିମ ଶିବିର ଆୟୋଜିତ ହୋଇଯାଇଛି l ଜଙ୍ଗଲ ଜମିରେ ବସବାସ କରି ଆସୁଥିବା ଅନୁସୂଚିତ ଜନଜାତି ତଥା ପାରମ୍ପରିକ ବନବାସୀଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜସ୍ବ ତଥା ବନ ବିଭାଗ କର୍ମଚାରୀ ଯୋଗ ଦେଇଥିଲେ l ଜିପିଇଓ କିଶୋର ମାନସିଂ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ଯୁଧିଷ୍ଠିର ମେହେର, ଆଗଲପୁର ତହସିଲଦାର ସହଦେବ କୁତ୍ରୁକା, ଲୋଇସିଂହା ତହସିଲଦାର ସଂଘମିତ୍ରା କାଲୋ ପ୍ରମୁଖ ଯୋଗଦେଇ ନିଜସ୍ଵ ବକ୍ତବ୍ୟ ରଖିଥିଲେ l ଆରସିଡିସି ର ପ୍ରୋଗ୍ରାମ ଅଫିସର କୁଳମଣି ସାହୁ ତାଲିମ ପ୍ରଦାନ କରିଥିବା ବେଳେ ଏଫଇଏସ ମାଷ୍ଟର ଟ୍ରେନର ମହେନ୍ଦ୍ର ପଧାନ ତଥା ଲୋଇସିଂହା ଓ ଆଗଲପୁର ବ୍ଲକର ଡିଇଓ ସହଯୋଗ କରିଥିଲେ l ଏହି ତାଲିମ ଶିବିରରେ ଉଭୟ ବ୍ଲକର ୨୬ ଜଣ ସ୍ଵେଚ୍ଛାସେବୀ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ l