-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
29-Dec-2023
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ରେ ମିଶନ ଶକ୍ତି କାଫେ ର ଶୁଭ ଉଦ୍ଘାଟନ ହୋଇଯାଇଛି l ଏହି ଶୁଭ ଉଦ୍ଘାଟନ ପର୍ବ ରେ ବ୍ଲକ୍ ଅଧାକ୍ଷା ଶ୍ରୀମତୀ ଗୀତାଞ୍ଜଳୀ ଦାଶ ଙ୍କ କର କମାଳରେ ନଡ଼ିଆ ଭାଙ୍ଗି , ଫିତା କାଟି ପୂଜାର୍ଚ୍ଚନା କରି ଉଦ୍ଘାଟିତ ହୋଇଯାଇଛି l ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ଲକ୍ ର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତି ଉପସ୍ଥିତ ଥିଲେ l
ତା ସଙ୍ଗେ ଅଞ୍ଚଳର ବ୍ଲକ୍ ଉପାଧ୍ୟକ୍ଷl ଶ୍ରୀମତୀ ନିରୁପମା ପଧାନ, ଜିଲ୍ଲା ପରିଷଦ ଜୋନ 2 ର ସଦସ୍ୟା ଶ୍ରୀମତି ବିଣାପାଣି ଦାସ୍, ଡୁଡୁକା ପଂଚାୟତର ସରପଞ୍ଚ ଶ୍ରୀ ଅଶୋକ କୁମାର ପଟେଲ୍, ସମିତି ସଭ୍ୟ ଶ୍ରୀ ଉମାକାନ୍ତ ପଟେଲ୍ ଓ ଜିଲ୍ଲା ପ୍ରୋଜେକ୍ଟ ସଂଯୋଜକ ଶ୍ରୀମତୀ ସୁମନ ଦ୍ବିବେଦୀ ଉପସ୍ଥିତ ଥିଲେ l ତା ସଙ୍ଗେ ସଙ୍ଗେ ମିଶନ ଶକ୍ତି ର ବ୍ଲକ୍ ପ୍ରୋଜେକ୍ଟ ସଂଯୋଜକ ଶ୍ରୀ ସଚ୍ଚିଦାନନ୍ଦ ଷଡ଼ଙ୍ଗୀ ଓ ବି ଏଲ ସି ଶ୍ରୀ ଜ୍ଞାନରଞ୍ଜନ ସା ଉପସ୍ଥିତ ଥିଲେ।ଏହି ମିଶନ ଶକ୍ତି କାଫେ କୁ ବ୍ଲକ୍ ର ବି ଏଲ ଫ୍ ଗ୍ରୁପ୍ ପରିଚାଳନା ଦାୟିତ୍ଵ ନେଇଥିବା ଜଣାପଡ଼ିଛି l ଏହି କାଫେ ଦ୍ୱାରା ବ୍ଲକ୍ କର୍ମଚାରୀ ତଥା ଜନ ସାଧାରଣ ଉପକୃତ ହେବେ ବୋଲି ଅତିଥି ମାନେ ମତବ୍ୟକ୍ତ କରୁଛନ୍ତି l