-+91-9937148622 |

prerana_bgr@rediffmail.com |

  Thursday 16th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   (16-Jul-2026)       ||      *ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   (16-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   (16-Jul-2026)       ||      *ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   (16-Jul-2026)       ||      ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   (16-Jul-2026)       ||      ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l    (16-Jul-2026)       ||      ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   (15-Jul-2026)       ||      ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   (15-Jul-2026)       ||      ନୂଆପଡ଼ା ଜିଲ୍ଲା ବର୍ଷୀୟାନ ଜନନାୟକ ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ଜନ୍ମ ଜୟନ୍ତୀ ପାଳିତ   (15-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ* -   (15-Jul-2026)       ||      ତେନ୍ତୁଳିଖୁଣ୍ଟି ବିଦ୍ୟାଳୟରେ ପରିଚାଳନା କମିଟି ଗଠନ   (15-Jul-2026)       ||      ଜନ୍ମଦିନରେ ସମର୍ଥକ କଲେ ରକ୍ତଦାନ ଶିବିର, ନେତା କଲେ ରୋଗୀଙ୍କୁ ଫଳ ବଣ୍ଟନ।   (15-Jul-2026)       ||      *ନବରଙ୍ଗପୁର ଜିଲ୍ଲା ରେ ସାମ୍ବାଦିକ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗ*   (15-Jul-2026)       ||      ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ପାରମ୍ପରିକ ଲୋକକଳା ପ୍ରଦର୍ଶନ, ସିଧା ପ୍ରସାରଣ ତଥା ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ   (15-Jul-2026)       ||      *କୁକୁଡ଼ା ଗାଲିରେ ଚଢ଼ଉ..୧୦ ବାଇକ୍ ଜବତ, ୬ ଗିରଫ*   (15-Jul-2026)       ||      ଜଗନ୍ନାଥଙ୍କ ନେତ୍ରୋସବ ଓ ନବଜୀବନ ଦର୍ଶନ   (15-Jul-2026)       ||      ୨୦୨୩ ବ୍ୟାଚ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କଲେ ରାଜ୍ୟପାଳ♦️କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ହାସଲ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (15-Jul-2026)       ||      ସଇଁତଲା ବ୍ଲକସ୍ତରୀୟ ଖେଳ କୁଦ, କାର୍ଯ୍ୟକାରୀ କମିଟିର ବୈଠକ    (15-Jul-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ନେତ୍ର ଉତ୍ସବ*   (15-Jul-2026)       ||      କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ   (15-Jul-2026)       ||     

HOME   ଜିଲ୍ଲା

ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ପ୍ରାକୃତିକ ଭାବରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି ମାନଙ୍କୁ ସ୍ଵତନ୍ତ୍ର ରିଲିଫ୍ ପାଣ୍ଠିରୁ ତୁରନ୍ତ ରିଲିଫ୍ ପ୍ରଦାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନକୁ ଦାବୀ

29-Dec-2023



ଝାରସୁଗୁଡା, (ପ୍ରେରଣା ଖବର) ପ୍ରାକୃତିକପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ଵାରା ପ୍ରାକୃତିକ ଭାବରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି ମାନଙ୍କୁ ସ୍ଵତନ୍ତ୍ର ରିଲିଫ୍ ପାଣ୍ଠିରୁ ତୁରନ୍ତ ରିଲିଫ୍ ପ୍ରଦାନ ଏବଂ ଉଦ୍ଧାର କାର୍ଯ୍ୟ, ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ଵାରା ପ୍ରାକୃତିକ ଭାବରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି ମାନଙ୍କୁ ସ୍ଵତନ୍ତ୍ର ରିଲିଫ୍ ପାଣ୍ଠିରୁ ତୁରନ୍ତ ରିଲିଫ୍ ପ୍ରଦାନ ଏବଂ ଉଦ୍ଧାର କାର୍ଯ୍ୟ, ପୁନର୍ବାସ କାର୍ଯ୍ୟ ଏବଂ ବିଭିନ୍ନ ସରକାରୀ ଯୋଜନା ଅଧୀନରେ ଲୋକଙ୍କୁ ମିଳିବାକୁ ଥିବା ସହାୟତା ରାଶି ପ୍ରଦାନ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି  ସରକାର ଯୋଗ୍ୟ ହିତାଧିକାରୀ ଙ୍କୁ ରିଲିଫ୍ ପ୍ରଦାନ କରିଥାଏ କିନ୍ତୁ ଅନେକ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ସରକାର ଙ୍କ ବିଭିନ୍ନ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହୁଅନ୍ତି ହିତାଧିକାରୀ l ଝାରସୁଗୁଡ଼ା ଜିଲ୍ଲା କୋଲାବିରା ତହସିଲ୍ ଅଧିନସ୍ଥ ଝିର୍ଲାପାଳି ଗ୍ରାମ ର ୨୨ ବର୍ଷୀୟ କଳ୍ପନା ମାଝୀ ନିଆଁରେ ପୋଡ଼ି ଯାଇ ଗତ ୨୬/୦୫/୨୦୨୦ ରେ ମୃତ୍ୟୁବରଣ କରିଥିଲେ l ଲଇକେରା ପୋଲିସ ଶବ ବ୍ୟବଚ୍ଛେଦ କରି କେଶ୍ ନମ୍ବର ୧୪/୨୦ ରେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା l ତାଙ୍କ ସ୍ଵାମୀ ପ୍ରକାଶ ମାଝୀ ଏ ବାବଦ କୁ ଫର୍ମ ପୂରଣ କରିଥିଲେ ମଧ୍ୟ ଆଜି କୁ ତିନି ବର୍ଷ ସହାୟତା ରାଶି ପାଇ ନାହାନ୍ତି l ଲଇକେରା ତହସିଲ୍ ଅଧିନସ୍ଥ ରଙ୍ଗିଆଟିକ୍ରା ଗ୍ରାମ ର ୨୩ ବର୍ଷୀୟ ଯୁବକ ମଳୟ କିଶାନ କୁ ମଧ୍ୟ ନିଆଁ ଲାଗି ଯିବାରୁ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନା ରେ ୨୫/୦୩/୨୦୨୧ ମୃତ୍ୟୁବରଣ କରିଥିଲେ l ବୁର୍ଲା ପୋଲିସ ଶବ ବ୍ୟବଚ୍ଛେଦ କରି କେଶ୍ ନମ୍ୱର୍ ୩୧୮/୨୧ ରେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା l କିନ୍ତୁ ଦୀର୍ଘ ଦିନ ହେଲା ସ୍ଥାନୀୟ ଆର୍. ଆଇ ପରିଚୟ ପତ୍ର ତଥା ଅନ୍ୟ କାଗଜପତ୍ର ଦାଖଲ କରିନେଇ ଚୁପ୍ ରହି ବସିଛନ୍ତି l ଝାରସୁଗୁଡ଼ା ସହର ମୁନ୍ସିପାଳିଟି ୱାର୍ଡ ନମ୍ୱର୍ ୭ ରହୁଥିବା ସୁଶାନ୍ତ ନାଏକ ଙ୍କ ସ୍ତ୍ରୀ ୩୬ ବର୍ଷୀୟ ମମତା ପଟେଲ ଘର ଅଗଣା ସଫା କରି ଶୁଖିଲା ପତ୍ର ପୋଡୁ ଥିବା ବେଳେ ନିଆଁ ସଂସ୍ପର୍ଶରେ ଆସି  ୨୪/୦୨/୨୦୧୮ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମୃତ୍ୟୁବରଣ କରିଥିଲେ l ତାଙ୍କ ସ୍ଵାମୀ ସୁଶାନ୍ତ ନାଏକ ଜନଶୁଣାଣୀ ପୋର୍ଟାଲ ରେ ଅଭିଯୋଗ ନମ୍ୱର୍ CMO2023358152 ରେ ପଞ୍ଜିକରଣ କରିଥିଲେ ମଧ୍ୟ ସହାୟତା ରାଶି ପାଇ ନାହାନ୍ତି l ଲଖନପୁର ତହସିଲ୍ ଅନ୍ତର୍ଗତ ଝାର୍ ଗାଁର ୩୬ ବର୍ଷୀୟ ଅବିବାହିତ ଭାଗବତିଆ ପଧାନ ୨୭/୦୫/୨୦୨୩ ରେ ସାପ କାମୁଡା ରେ ମୃତ୍ୟୁବରଣ କରିଥିଲେ l ରେଙ୍ଗାଲି ଥାନା ରେ ଅପମୃତ୍ୟୁ ମାମଲା ନମ୍ୱର୍  ୦୮/୨୩ ରୁଜୁ କରିଥିଲା ରେଙ୍ଗାଲି ପୋଲିସ। ତାଙ୍କ ପରିବାର ସଦସ୍ୟ  ପ୍ରାକୃତିକ ବିପର୍ଯ୍ୟୟରେ ରିଲିଫ୍ ପାଣ୍ଠି ରେ ଆବେଦନ ପରେ ସହାୟତା ରାଶି ଆଯାଏ ମିଳିନି ସେହିପରି ୫୩ ବର୍ଷୀୟ କଳାକାର କିଶାନ୍ ବିଲ ରେ କାମ କରୁଥିବା ୦୨/୦୯/୨୦୨୩ ଅପରାହ୍ନ ୧୨ଟା ସମୟ ରେ ବିଷଧର ସାପ କାମୁଡି ଥିଲା l ଗତ ତା ପରଦିନ ବୁର୍ଲା ହସପିଟାଲ ଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟବରଣ ହୋଇଥିଲା।ପରିବାର ଲୋକେ ଆବେଦନ କରିଥିଲେ ମଧ୍ୟ ସହାୟତା ରାଶି ପାଇ ନାହାନ୍ତି। ଲଖନପୁର ତହସିଲ୍ ବାଳିଆମୁଣ୍ଡା ଗାଁ ର ୨୦ ବର୍ଷୀୟ ମହେନ୍ଦ୍ର ଓରାମ୍ ଶୌଚ ଯିବା ସମୟ ରେ ପୋଖରୀ ପାଣି ରେ ବୁଡି ପ୍ରାଣ ହରାଇ ଥିଲେ।ପରିବାର ଲୋକେ ଆବେଦନ କରି ସହାୟତା ରାଶି ର ଅପେକ୍ଷା ରେ ଅଛନ୍ତି l ପ୍ରଶାସନ ତୁରନ୍ତ ସମସ୍ତ ହିତାଧିକାରୀ ଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ପରିବାର ଲୋକେ ପ୍ରଶାସନ କୁ ଦାବି ଜଣାଇଥିବା ସୂଚନା ରୁ ପ୍ରକାଶ l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   16-Jul-2026
  ଜିଲ୍ଲା  
*ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   16-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   16-Jul-2026
  ଜିଲ୍ଲା  
*ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   16-Jul-2026
  ଜିଲ୍ଲା  
ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   16-Jul-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l   16-Jul-2026
  ଜିଲ୍ଲା  
ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   15-Jul-2026
  ଜିଲ୍ଲା  
ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   15-Jul-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ବର୍ଷୀୟାନ ଜନନାୟକ ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ଜନ୍ମ ଜୟନ୍ତୀ ପାଳିତ   15-Jul-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ* -   15-Jul-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବିଦ୍ୟାଳୟରେ ପରିଚାଳନା କମିଟି ଗଠନ   15-Jul-2026
  ଜିଲ୍ଲା  
ଜନ୍ମଦିନରେ ସମର୍ଥକ କଲେ ରକ୍ତଦାନ ଶିବିର, ନେତା କଲେ ରୋଗୀଙ୍କୁ ଫଳ ବଣ୍ଟନ।   15-Jul-2026

You Might Also Like