-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
15-Jul-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ଗଡଭିତର ପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଥିବା ବେଳେ ଏହି ଅବସରରେ ଶତାଧିକ ଭକ୍ତ ପ୍ରଭୁଙ୍କ ନବଯୌବନ ଦର୍ଶନ କରିଥିଲେ ।ଚିତ୍ରକର ସେବକ ଠାକୁରଙ୍କ ନେତ୍ରରେ ଶେଷ ସ୍ଵର୍ଷ ଦେବାପରେ ମୁଖ୍ୟ ପୂଜକ,ସହଯୋଗୀ ପୂହଜକ ଦ୍ଵାରା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ସହିତ ମନ୍ଦିର ନୀଳଚକ୍ରରେ ନେତ ବନ୍ଧା ଯାଇଥିଲା ପରେ ପ୍ରଭୁଙ୍କ ଆଜ୍ଞା ନେଇ ଭକ୍ତମାନେ ଘଣ୍ଟ,ଶଙ୍ଖ ଓ ନାମ ସଙ୍କୀର୍ତ୍ତନର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ରଥ ସ୍ଥାନକୁ ଯାଇ ନନ୍ଦିଘୋଷ ଓ ତାଳଧ୍ଵଜ ରଥରେ ଧ୍ଵଜା ବନ୍ଧା ଯାଇଥିଲା।ସେହିପରି ପୁଣ୍ୟପୀଠ ପାପକ୍ଷୟ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ତିନି ଦିଅଁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା।