-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ    (25-Jul-2026)       ||      ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   (25-Jul-2026)       ||      ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    (25-Jul-2026)       ||      କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ    (25-Jul-2026)       ||      ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   (25-Jul-2026)       ||      ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା    (25-Jul-2026)       ||      ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ    (25-Jul-2026)       ||      ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   (25-Jul-2026)       ||      ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||      ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   (24-Jul-2026)       ||     

HOME   ଜିଲ୍ଲା

୭୦ ୟୁନିଟ ସଂଗ୍ରହ, ରକ୍ତ ସଂଗ୍ରହର ବ୍ରତୀ ବିଙ୍ଗ ହ୍ୟୁମେନ

25-Dec-2023



ବଲାଙ୍ଗିର(ଦେବାଶିଷ ବହିଦାର ): ଜନସଂଖ୍ୟା ଦୃଷ୍ଟିରୁ ରକ୍ତର ଅଭାବ ସବୁବେଳେ ରହିଛି। ଗରିବ, ଅସହାୟ, ଦୁଃଖୀ, ଦରିଦ୍ର, ପ୍ରସୂତି ମହିଳା ଓ ଶିଶୁ ତଥା ଦୁର୍ଘଟଣାଗ୍ରସ୍ତଙ୍କ ଜରୁରୀ ସମୟରେ ରକ୍ତର ଆବଶ୍ୟକ ପଡ଼ୁଥିବା ବେଳେ ରକ୍ତ ଅଭାବରୁ ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ରକ୍ତ ଅଭାବକୁ ଅଙ୍ଗେ

ନିଭେଇଥିଲେ ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଲଲିତ ନାୟକ। ତାଙ୍କ ଦ୍ୱାରା ପ୍ରେରିତ ହୋଇ ଯୁବ ସମାଜସେବୀ ତଥା ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ର ଓ ତାଙ୍କ ଦଳବଳ ଏହି ରକ୍ତ ସଂଗ୍ରହରେ ବ୍ରତୀ। ବର୍ଷର ବିଭିନ୍ନ ଦିବସରେ ରକ୍ତ ସଂଗ୍ରହ ଅଭିଯାନକୁ ବ୍ୟାପକ କରିଥିବା ବେଳେ ସୋମବାର ସ୍ଥାନୀୟ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
 ଶିବିରକୁ ଆତ୍ମନିର୍ଭରଶୀଳ ଫଳ ବିକାଳୀ ମହିଳା ହେମଲତା ସାହୁ ଉଦ୍‌‌ଘାଟକ ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିଥି ଭାବେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା.ସୁଜ୍ଞାନେନ୍ଦ୍ର ମିଶ୍ର, ଭିମସାରର ପ୍ରଫେସର ଡା. ବେଣୁଧର ପାଣ୍ଡେ, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ, ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ ଯୋଗଦେଇ ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଲଲିତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଫାଉଣ୍ଡେସନର ଉପଦେଷ୍ଟା ଲୋଟସ ଷଡ଼ଙ୍ଗୀ, ନିହାର ରଞ୍ଜନ

ବେହେରା, ଟିକୁ ପରିଚ୍ଛା, ରାଜୁ ବାଗ, ରଶ୍ମି ରଞ୍ଜନ ପଟ୍ଟନାୟକ, ଦ୍ରୋଣ କୁମ୍ଭାର, ଜଗନ୍ନାଥ ମିଶ୍ର, କିଶୋର ମିଶ୍ର, ଲମ୍ବୋଦର ସାଏ, ସୁଧୀର ଅମାତ, ରଶ୍ମି ରଞ୍ଜନ ମିଶ୍ର, ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବଲାଙ୍ଗିର ସହର ତଥା ଜିଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସାମାଜିକ ସଙ୍ଗଠନର ପ୍ରମୁଖ ନେତୃମଣ୍ଡଳୀମାନଙ୍କ ମଧ୍ୟରେ ବିଷ୍ଣୁ ପ୍ରସାଦ କେଡ଼ିଆ, ଚାଇନା ମହାନ୍ତି, ବିଧୁଭୂଷଣ ତ୍ରିପାଠୀ, ବିନୋଦ କାଲସାଏ, ସନ୍ଦୀପ ବାଗ, ରିଲୁ ରଥ, ବିକାଶ ସା, ନୂତନ ଦାସ, ଅସୀମ ଭୋଇ, ଶଶୀ ମଲଙ୍ଗ, ବିଶିକେଶନ ମଲ୍ଲିକ, ଘନ ପଶାୟତ, ହେମନ୍ତ ଛୁରିଆ, ସରୋଜ ମହାକୁର, ରିଙ୍କୁ ଦାସ, ପ୍ରେମରାଜ ପଧାନ, ଶ୍ରୀପତି ପଧାନ, ବୁଲୁ ମହାକୁର, ମୁକେଶ ପଧାନ, ଦେବରାଜ ସେଠ, ବିଶ୍ୱଜିତ ପଟେଲ, କୁନାଲ ସରକାର, ରିଙ୍କି ରାଉତ, ରିଙ୍କି ସାହୁ, ସୁନିତା ସାହୁ, ସୁନିତା ହୋତା, ପ୍ରିୟା ମିଶ୍ର, ପୂଜା ସାହୁ, ଅନୀଲ ରଣା, ଶୁଭ୍ରାନ୍ତ ନନ୍ଦ, ଅନିଲ ନାଏକ, ଅନିଲ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ।
 ଜିଲା ରକ୍ତ ଭଣ୍ଡାର ପକ୍ଷରୁ ଡା.ସୁମିତ ମୁଣ୍ଡଙ୍କ ନେତୃତ୍ୱରେ ସୁଜିତ ପୁରୋହିତ, ସେକ ଅବଦୁଲ ଅସରତ, ଅଜିତ ସାହୁ, ରିପୁରାଜ ମେହେର, କେଶବ ଷାଣ୍ଢ, ସୁଶୀଲ ସୁନା ପ୍ରମୁଖ ଶିବିରରେ ରକ୍ତ ସଂଗ୍ରହ ଓ ପରିଚାଳନାରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ   25-Jul-2026
  ରାଜ୍ୟ  
ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   25-Jul-2026
  ଦେଶ ବିଦେଶ  
ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    25-Jul-2026
  ଜିଲ୍ଲା  
କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ   25-Jul-2026
  ଜିଲ୍ଲା  
ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   25-Jul-2026
  ରାଜ୍ୟ  
ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା   25-Jul-2026
  ଜିଲ୍ଲା  
ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ   25-Jul-2026
  ଜିଲ୍ଲା  
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   25-Jul-2026
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026
  ଜିଲ୍ଲା  
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   24-Jul-2026

You Might Also Like