-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
24-Dec-2023
ବଲାଙ୍ଗିର(ପ୍ରେରଣା ଖବର )ପଶ୍ଚିମାଚଂଳ ପିପୁଲ୍ସ ଫୋରମ୍ ପକ୍ଷରୁ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା ଆଜି ବଲାଙ୍ଗିର ଠାରେ ପହଁଞ୍ଚିବା ଅବସରରେ ସ୍ଥାନୀୟ ଠିକାଦାର ପଡା ଛକ ଠାରେ ପଶ୍ଚିମ ଓଡିଶା ପ୍ରଡ୍ୟୁସର ଏସୋସିଏସନ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି I ଏଠାରେ ସୂଚନାଯୋଗ୍ୟ ଯେ ଏହି ଯାତ୍ରା ଗତ ୨୨ ତାରିଖରୁ ବରଗଡ଼ ଜିଲ୍ଲା ନୃସିଁହନାଥ ମନ୍ଦିରରୁ ବାହାରି ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ପରିକ୍ରମା କରି ୨୯ ତାରିଖ ସୁନ୍ଦରଗଡ଼ର ସମଲେଶ୍ୱରୀ ମନ୍ଦିର ରେ ଶେଷ ହେବ I ଏହି ଯାତ୍ରା ରେ ସାମିଲ ଥିବା ସିନେ ଅଭିନେତା ମନୋଜ ମିଶ୍ର ତଥା ଅନ୍ୟ କଳାକାର, କବି, ଲେଖକ ଏବଂ ଭାଷା ପ୍ରେମୀ ମାନଙ୍କୁ ପୋପା ର କାର୍ୟକାରୀ ସଭାପତି ଶରତ ମହାକୁର, ସଂଗଠନ ସମ୍ପାଦକ ମାଧବ ବାରିକ, କପିଳେଶ୍ଵର ଖମାରି, ମୁରଲୀ ପତି ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।