-+91-9937148622 |
prerana_bgr@rediffmail.com |
Friday 31st July 2026 |
R.N.I. Regd No. ODIODI/2010/46693
Breaking News
23-Dec-2023
କୁରସୁଡ (ମନୋଜ କୁମାର ଜୈନ) ବଲାଙ୍ଗୀର ଜିଲ୍ଲା କୁରସୁଡ଼ ଗ୍ରାମ ଖେଳ ପଡିଆ ଠାରେ ଚାଲିଥିବା ନୀଳଚକ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଗୁଲମୀ ଦଳ ଓ ଖଡିଆଳ ଦଳ ମଧ୍ଯରେ ଅନୁଷ୍ଠିତ ହୋଇଥିଲା । ଗୁଲମୀ ଦଳକୁ ପରାସ୍ତ କରି ଖଡ଼ିଆଳ ଦଳ ଫାଇନାଲ୍ ରେ ପ୍ରବେଶ କରିଛି । ସମାଜସେବୀ ସଞ୍ଜୀବ କୁମାର ଜୈନ, ସାମ୍ବାଦିକ ମନୋଜ କୁମାର ଜୈନ, ନିମାଇଁ ବେହେରା ଅତିଥି ଭାବେ ଯୋଗ ଦେଇ ଖେଳାଲି ଙ୍କୁ ଉତ୍ସାହିତ କରିଥିଲେ । ସ୍ୱାଗତ ବେହେରା, ମୋହନ ସାହୁ, ସଂକୀର୍ତ୍ତନ ଯାନୀ, ସୁବ୍ରତ ନାଏକ ମ୍ୟାଚକୁ ପରିଚାଳନା କରିଥିଲେ । ଆୟୋଜକ କମିଟି ର ସଭାପତି ସୁବୋଧ ବେହେରା, ସମ୍ପାଦକ କାହ୍ନା ବେହେରା, କୋଶାଧ୍ୟକ୍ଷ ପ୍ରଦୀପ ବେହେରା,ଉପ ସଭାପତି ବିରଞ୍ଚି ବାଗ, ସହ ସମ୍ପାଦକ ଲଛମନ ଯାନୀ ,ଦେବାନନ୍ଦ ବେହେରା, କୁନା ସାହୁ, ବିକାଶ ପାଢ଼ୀ, ସନ୍ତୋଷ ବେହେରା,ଆନନ୍ଦ ବେହେରା, ନିରଞ୍ଜନ ମାଝୀ, କୁଳମଣି ମାଝୀ ଆଦି ସହଯୋଗ କରିଥିଲେ । ଆସନ୍ତା ୨୪ ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଆଯୋଜକ କମିଟି ପକ୍ଷରୁ ପ୍ରକାଶ ।