-+91-9937148622 |
prerana_bgr@rediffmail.com |
Thursday 26th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2023
ବୀରମହାରାଜପୁର , (ବିନୋଦ ପାଣ୍ଡେ): କୃଷି ଓ କୃଷକ ଙ୍କ ଉତ୍ପାଦନ,ଆୟ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କୃଷି ଯନ୍ତ୍ର ପାତୀ ମେଳା -୨୦୨୩ ଅବସରରେ ଆଜି ଦ୍ୱିତୀୟ ଦିବସ କୃଷକ ପାଠ ଶାଳ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଯାଇଅଛି। ସହକାରୀ ବୈଷୟିକ ପରିଚାଳକ ମୀନକେତନ ମହାକୁର ଙ୍କ ପରିଚାଳନା ରେ ଅନୁଷ୍ଠିତ କୃଷକ ପାଠ ଶାଳା ରେ ଉପଖଣ୍ଡ ର ୧୦୦ ଜଣ ଚାଷୀ ଅଂଶ ଗ୍ରହଣ କରିଥିଲେ। ଏବଂ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ରେ ଭାଗ ନେଇ ସୁବିଧା ସୁଯୋଗ ସଂପର୍କରେ ଅବଗତ ହୋଇଥିଲେ। ମୁଖ୍ୟା ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଜିଲ୍ଲା କୋର୍ଡିନେଟର ସଚିନ କ।ଲନ୍ଦୀ ଯୋଗଦେଇ ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜି ଲଗାଣ ନିଗମ ଲିଃ ଦ୍ଵାରା ପ୍ରଦତ୍ତ ଉଦ୍ୟୋଗୀ ଙ୍କ ପାଇଁ ଥିବା ସୁବିଧା ସୁଯୋଗ ଓ ରିହାତୀ ସଂପର୍କରେ ଅବଗତ କରିଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗ ଇଂ କିଶୋର ଚନ୍ଦ୍ର ବେହେରା ଖେତ୍ରପୋଖରି ଖନନ, ସମନ୍ୱିତ କୃଷି ବ୍ୟବସ୍ଥା ସଂପର୍କରେ ଚାଷୀଙ୍କୁ ଅବଗତ କରିଥିଲେ। ସହକାରୀ କୃଷି ଯନ୍ତ୍ରୀ ଇଂ ରମଣୀ ରଂଜନ ପଧାନ କୃଷି ଯନ୍ତ୍ରପାତି ରିହାତି, ପର୍ମିଟ କାଟିବା ସଂପର୍କରେ ଅବଗତ କରିଥିଲେ।ସମବାୟ ବିଭାଗ ଏ ଅର୍ ସି ଏସ ପାନୁଚନ୍ଦ୍ର ସାହୁ କୃଷକ ଙ୍କୁ ବିଭାଗ ପକ୍ଷରୁ ଦିଆଯାଉଥିବା ଋଣ ରିହାତି, ଯୁଗ୍ମ ଗୋଷ୍ଠି ଋଣ ପ୍ରଦାନ ସମ୍ପର୍କରେ ବିଷଦ ତଥ୍ୟ ଉପସ୍ଥାପନ କଲେ। ମାର୍କଫେଡ୍ ଗୋଦାମ ପରିଚାଳକ ଗଣେଶ୍ୱର ମହାପାତ୍ର ବିଭାଗ ତରଫରୁ ସମବାୟ ବିଭାଗ କୁ ଯୋଗାଉଥିବା ସାର ସମ୍ପର୍କରେ ଚାଷୀ ଙ୍କୁ ଅବଗତ କରିଥିଲେ। ନାନୋ ୟୁରିଆ ସାର ବ୍ୟବହାର ସଂପର୍କରେ ଅବଗତ କରିଥିଲେ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା ସୁବର୍ଣ୍ଣ ପୁର ଡ ବିଭୂତି ଭୂଷଣ ମିଶ୍ର କୃଷି ରେ ନୂତନ ବୈଷୟିକ କୌଶଳ, ସମନ୍ୱିତ ପୋଷାକ ଓ ରୋଗ ପୋକ ପରିଚାଳନା ସଂପର୍କରେ ଉପସ୍ଥିତ ଚାଷୀ ଙ୍କୁ ଅବଗତ କରିଥିଲେ।ଶେଷରେ ଗୋଷ୍ଠୀ କୃଷି ଅଧିକାରୀ ମକରଧ୍ବଜ ପଟେଲ ଧନ୍ୟବାଦ୍ ପ୍ରଦାନ୍ କରିଥଲେ।