-+91-9937148622 |
prerana_bgr@rediffmail.com |
Tuesday 31st March 2026 |
R.N.I. Regd No. ODIODI/2010/46693
Breaking News
17-Dec-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା ମହା ବିଦ୍ୟାଳୟ ରେ ନୁଆ ଓଡିଶା କାର୍ଯ୍ୟକ୍ରମ ମlଧ୍ୟମ ରେ ଏକ ସଡ଼କ ସୁରକ୍ଷା ସଚେତନତା ରlଲି ଅନୁଷ୍ଟିତ ହୋଇଥିଲା l ଏଥିରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ ଜେନା ଙ୍କ ସମେତ ସମସ୍ତ କର୍ମଚାରୀ ଓ ଡିଗ୍ରୀ କଲେଜ୍ ଅଧ୍ୟକ୍ଷା ରିତା ରାlଣୀ ପୂଜାରୀ, ଅଧ୍ୟାପକ ଦୁଃଖିଶ୍ୟମ ମେହେର, ପୁର୍ଣିମା ମିଶ୍ର ଯୋଗ ଦେଇ ଯୁବ ପୀଢ଼ି ସୁରକ୍ଷିତ ରହିଲେ ସମାଜ ସୁରକ୍ଷା ହେବ ଓ ଏକ ନୁଆ ଓଡିଶା ଗଠନ ହୋଇ ପାରିବ ବୋଲି ସଡକ ସୁରକ୍ଷା ଉପରେ ଛାତ୍ରୀ ଙ୍କୁ ସଚେତନ କରିଥଲେ l ନୂଆ ଓଡିଶା କାର୍ଯ୍ୟକ୍ରମ ର ନୋଡାଲ ଅଫିସର ସଞ୍ଜୁରାଣୀ ସିଂହ ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧlନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଛାତ୍ରୀ ମାନେ ରାଜ ରାସ୍ତା ରେ ସାଧାରଣ ଜନତା ଓ ବାଇକ୍ ଆରୋହୀ ଙ୍କୁ ଅଭିନବ ଢଙ୍ଗ ରେ ସଡ଼କ ସୁରକ୍ଷା ଉପରେ ସଚେତନ କରି ଥିଲେ l ଅଧ୍ୟାପକ କ୍ଷୀରୋଦ ମେହେର, ସଞ୍ଜୀବ ହୋତା, ସୁଦାମ ସାହୁ, ଅନ୍ତର୍ଯ୍ୟାମୀ ମିଶ୍ର, ମଦନ ପଣ୍ଡା, ଅଧ୍ୟାପିକା ମିତାଶ୍ରି ବାରିକ , ଚେର ବୁଇ ହୋତା, ସଂଜିତା ମିଶ୍ର, ପିଇଟି ସଲିଳ ବେହେରା, ହରିଓଁ କୁଶଳ, କୁନି ନାଗ ପ୍ରମୁଖ ସମସ୍ତ କର୍ମଚାରୀ ଓ ଛାତ୍ରୀ ମାନେ ଏଥିରେ ଯୋଗ ଦେଇ ସହଯୋଗ କରିଥଲେ l