-+91-9937148622 |
prerana_bgr@rediffmail.com |
Wednesday 1st April 2026 |
R.N.I. Regd No. ODIODI/2010/46693
Breaking News
17-Dec-2023
ବୋଡ଼େନ - (ଡୋଲେସ୍ବର ଵାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କେଶରାଜପୂର ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୫ମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି।ଆଜି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ବୋଡ଼େନ ଥାନା ଭାର ପ୍ରାପ୍ତ ଅଧିକାରୀ ଗୋବିନ୍ଦ ମାଝୀ , ପ୍ରିନ୍ସିପାଲ ଅନିମା ବାରିକ ,ସମ୍ମାନିତ ଅତିଥି ପୋଲିସ ଏସ ଆଇ ପର୍ଶୁରାମ ଛତ୍ରିଆ ,ବିଶିଷ୍ଟ ସାମ୍ବାଦିକ ରାମନାଥ ପଣ୍ଡା ,ବଂଶୀଧର ନାଗ,ବିଶିକେଶନ ପଣ୍ଡା,କ୍ରୀଡ଼ା ଶିକ୍ଷକ ପ୍ରକାଶ ବେହୁରିଆ,ଇଂରାଜୀ ଶିକ୍ଷକ ଯଦୁମଣି ବାରିକ ,ନରୋତ୍ତମ ବାଗ ମଞ୍ଚଶିନ ଥିବାବେଳେ ଶିକ୍ଷକ ଆକାଶ ମୁଣ୍ଡା ମଞ୍ଚ ପରିଚାଳନା କରିଥିଲେ ।
ଅଧ୍ୟକ୍ଷା ଅନିମା ବାରିକଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ରମ୍ଭା ବେହେରା,ଦେବସ୍ମିତା ହାଁସଦା,ଲିଲି ପଟେଲ , ଭାଗ୍ୟଶ୍ରୀ ତାଣ୍ଡି ଏବଂ ଶିକ୍ଷକ ଯଦୁମଣି ବାରିକ ,ରାମଚନ୍ଦ୍ର ମାଝୀ,ସାଗର ମହାନ୍ତି,ତପେଶ୍ୱର ମେହେର ,ମନୋଜ ବେହେରା,ଲକ୍ଷ୍ମଣ ବରିହା,ସତ୍ୟ ପ୍ରକାଶ ଦଣ୍ଡସେନା,ସାର୍ଥକ ସାରଥୀ ସିଂ,ଜିତେନ୍ଦ୍ର ନାଥ ଗହିର,ଆକାଶ ମୁଣ୍ଡା ତଥା ବିଦ୍ୟାଳୟର ଅନ୍ୟ କର୍ମଚାରୀଙ୍କ ପ୍ରୟାସ ଦ୍ଵାରା ବାଳକ ବାଳିକାଙ୍କୁ ଉଭୟ ଜୁନିଅର ଓ ସିନିଅର ଗ୍ରୁପ୍ ରେ ଭାଗ କରି ବିଭିନ୍ନ ପ୍ରକାର କ୍ରୀଡ଼ା ପ୍ରତିଯୋଗିତା କରା ଯାଇଥିଲା ଯଥା ଲମ୍ବ ଡିଆଁ,ଉଚ୍ଚ ଡିଆଁ, ଡିସକସ ଥ୍ରୋ, ସଟପୁଟ , ଜେଭଲିନ,ଦୌଡ଼ ୧୦୦ ,୨୦୦,୪୦୦ ମିଟର, ସ୍ଲୋ ସାଇକଲ ରେସ,ମ୍ୟୁଜିକ୍ ଚୈର, ସ୍ପୁନ ମାର୍ବଲ, ଅଖା ବସ୍ତା ଡିଆଁ,ଗଣିତ ଦୌଡ଼ ଓ ରସି ଟାଣିବା ।ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀଙ୍କୁ ମେଡାଲ ସହ ମାନ ପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦୃଢ ମନୋବଳ ଯୋଗୁଁ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଆଜି ସମାପନ ହୋଇଛି