-+91-9937148622 |
prerana_bgr@rediffmail.com |
Wednesday 1st April 2026 |
R.N.I. Regd No. ODIODI/2010/46693
Breaking News
17-Dec-2023
ବୀରମହାରାଜପୁର(ବିନୋଦ ପାଣ୍ଡେ): ବୀରମହାରାଜପୁର ସ୍ଥିତ ଗଣପତି ଆଦର୍ଶ ଶିକ୍ଷା ନିକେତନ ଠାରେ ୧୭ ତମ ଜ଼ିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପରିଷଦ ସଭାପତି ସୁପାର ଠେଲା ମୁଖ୍ୟ ଅତିଥି ଭାବେ ଯୋଗାଇଦେଇ ପତାକା ଉତ୍ତୋଳନ କରିବା ସହିତ ଶିବିରକୁ ଉଦଘାଟନ କରିଥିଲେ l ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ସଭାରେ ଅତିରକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମ୍ପାଦକ ଜିଲ୍ଲା ଜୁନିୟର ରେଡ଼କ୍ରସ ରାଧାକାନ୍ତ ଗଡତିଆ ବିବରଣୀ ପାଠ କରିଥିଲେ l ଜୁନିୟର ରେଡ଼କ୍ରସ ଅଫିସର ଶ୍ରୀଯୁକ୍ତ ରବିଚନ୍ଦ୍ର ପ୍ରଶାୟତ ଶିବିରର ଲକ୍ଷ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ସମ୍ମାନିତ ଅତିଥିଭାବେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରମହାରାଜପୁର ଶାନ୍ତନୁ କୁମ୍ଭକାର ଏବଂ ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଉପସଭାପତି ଗତିକୃଷ୍ଣ ମିଶ୍ର ଯୋଗଦାନ କରି ମାନବ ସେବାରେ ବ୍ରତୀ ହେବାକୁ ପ୍ରଶିକ୍ଷlର୍ଥି ମାନଙ୍କୁ ଆହ୍ଵାନ ଜଣାଇଥିଲେ । ବରିଷ୍ଠ ସାଧନା କର୍ମୀ ଚନ୍ଦ୍ରମଣି ବାଘଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ବାଳକ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ଆୟୋଜକ ଅନୁଷ୍ଠାନ ଗଣପତି ଆଦର୍ଶ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ lଏହି ଶିବିରରେ ଜିଲ୍ଲାର ଛଅଗୋଟି ବ୍ଲକର ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ସର୍ବମୋଟ ୧୧୩ ଜଣ ମାର୍ଗଦର୍ଶନ ୧୯୧ ଜଣ ଜୁନିୟର ବାଳକ, ୨୦୫ ଜଣ ଜୁନିୟର ବାଳିକା ଏବଂ ୧୦ ଜଣ ସାଧନ କର୍ମୀ ଯୋଗଦେଇ ଥିଲେ।