-+91-9937148622 |
prerana_bgr@rediffmail.com |
Wednesday 1st April 2026 |
R.N.I. Regd No. ODIODI/2010/46693
Breaking News
17-Dec-2023
ବୌଦ୍ଧ(ଜୟାନନ୍ଦ ମିଶ୍ର ): ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ନେଇ ବିଭିନ୍ନ କମିଟିର ବୈଠକ ଅନୁଷ୍ଠିତ ହୋଇଛି l ଜ଼ିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ କମିଟିର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଥିଲେ l ଜାନୁୟାରୀ ୨ ତାରିଖ ରୁ ଜାନୁୟାରୀ ୬ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ କଚେରୀ ପଡିଆ ଠାରେ ବୌଦ୍ଧ ମହୋତ୍ସବ ଅନୁଷ୍ଠିତ ହେବ l ବିଶେଷ କରି ପଲ୍ଲିଶ୍ରୀ ମେଳା, ବୟନିକl ମେଗା ସୋ କୁ ଆକର୍ଷଣୀୟ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତଙ୍କ ସୁଚିନ୍ତିତ ମତାମତ ଏବଂ ସହଯୋଗ କାମନା କରିଥିଲେ l ବୈଠକରେ ସ୍ମରଣିକା କମିଟି, ଅର୍ଥ କମିଟି, ସାଂସ୍କୃତିକ କାର୍ଯ୍ୟକ୍ରମ, ମଞ୍ଚ ପରିଚାଳନା ଓ ସାଜ ସଜା ତଥା ବ୍ୟବସ୍ଥାପନା କମିଟିର କାର୍ଯ୍ୟକ୍ରମ ଓ ଅଗ୍ରଗତି ନେଇ ଆଲୋଚନା ହୋଇଥିଲା l