-+91-9937148622 |
prerana_bgr@rediffmail.com |
Wednesday 1st April 2026 |
R.N.I. Regd No. ODIODI/2010/46693
Breaking News
16-Dec-2023
କଣ୍ଟାମାଲ ପୁଲିସ ପକ୍ଷରୁ କୁମେଲବନ୍ଧ ଗ୍ରାମ ନିକଟସ୍ଥ ଜଙ୍ଗଲରେ ୧୭ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଥିବା ନେଇ ଶନିବାର ଦିନ ୧୨ଟା ସମୟରେ ସୂଚନା ମିଳିଛି lବୌଦ୍ଧ ଜିଲ୍ଲା କଣ୍ଟାମାଲ ପୁଲିସ ପକ୍ଷରୁ ବରଗାଁ ପଞ୍ଚୟତ ଅନ୍ତର୍ଗତ କୁମେଲବନ୍ଧ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥାନା ଅଧିକାରୀ ଗୋପୀନାଥ ସେଠି ଙ୍କ ନେତୃତ୍ୱରେ ଚଢାଉ
କରାଯାଇଥିଲା l ଜଙ୍ଗଲର ୧୭ ଏକର ଅଞ୍ଚଳରେ ହୋଇଥିବା ୧୭ହଜାର ଗଂଜେଇ ଗଛ କାଟି ନଷ୍ଟ କରାଯିବା ସହିତ ସେଗୁଡିକୁ ନିଆଁ ଲଗାଇ ପୋଡି ଦିଆଯାଇଥିଲା । ନଷ୍ଟ ହୋଇଥିବା ଗଂଜେଇ ଗଛର ଆନୁମାନିକ ମୂଲ୍ୟ ୨ କୋଟି
ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୁଲିସ ପକ୍ଷରୁ ଆକଳନ କରାଯାଇଛି । ଚଢାଉରେ ଏସ ଆଇ ଲିସାରାଣୀ ସେଠି , ଏସ.ଆଇ ରାଜ ରଞ୍ଜନ ନାୟକ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।