-+91-9937148622 |
prerana_bgr@rediffmail.com |
Saturday 11th April 2026 |
R.N.I. Regd No. ODIODI/2010/46693
Breaking News
15-Dec-2023
ଲୋଇସିଂହା, (ବିନୋଦ କୁମାର ଦୀପ) ନୁଆ -ଓ ଯୁବ ଓଡିଶା, ନବୀନ ଓଡିଶା ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ - 2023/24 ଲୋଇସିଂହା ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଡ଼ିଓ ଯୁଧିଷ୍ଠିର ମେହେର, ସରପଞ୍ଚ ନବକିଶୋର ନାଏକ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ଉପସ୍ଥିତ ଏବିଡିଓ ବିଜୟ କୁମାର ହୋତା, ଜିପିଓ କିଶୋର ଚନ୍ଦ୍ର ମାନସିଂହ, ଯୋଗାଣ ଅଧିକାରୀ ସୋମ୍ୟରଞ୍ଜନ ମହାନନ୍ଦ ଙ୍କ ସହିତ ଲୋଇସିଂହା ର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ l କ୍ରୀଡା ଉତ୍ସବ ରେ ମୁଖ୍ୟତଃ କ୍ରିକେଟ, ହକି ଫୁଟବଲ,ଭଲିବଲ, ଖୋକୋ, କବାଡି ଖେଳ ଦୀର୍ଘ ପାଞ୍ଚ ଦିନଧରି ଖେଳିବାର କାର୍ଯ୍ୟକ୍ରମ ରହିଯାଇଛି l ଆଜି ପ୍ରଥମେ କ୍ରିକେଟ ଖେଳ ଦେଖିବାକୁ ମିଳିଥିଲା l