-+91-9937148622 |
prerana_bgr@rediffmail.com |
Saturday 11th April 2026 |
R.N.I. Regd No. ODIODI/2010/46693
Breaking News
15-Dec-2023
କର୍ଲାମୁଣ୍ଡା- (ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ସ୍ଥିତ ଚିନା ବାଡ଼ି ପଡିଆ ଠାରେ ରବିବାର କର୍ଲାମୁଣ୍ଡା ଫୁଟବଲ ଟିମ ପକ୍ଷରୁ ଚତୁର୍ଥ କର୍ଲାମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଶୁକ୍ରବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ରେ ତୁଲାପଡା ଓ ପାଟଣାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ତୁଲାପଡା ଦଳ ୨/୦ ବିଜୟୀ ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର ,ସମ୍ମାନୀତ ଅତିଥି ଭାବରେ କର୍ଲାମୁଣ୍ଡା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଚରିତା ମୁଗ୍ରୀ, କର୍ଲାମୁଣ୍ଡା ବ୍ଳକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଦସ୍ୟ ମହେନ୍ଦ୍ର ରଣା, ଫୁଟବଲ ଟୁର୍ଣ୍ଣାମେଣ୍ଟର ସଭାପତି ଡୋଲାମଣୀ ଭୋଇ,ସଂପାଦକ ଦୁର୍ଲ୍ଲଭ ମେହେର, କର୍ଲାମୁଣ୍ଡା ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରିଆ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଖେଳ ପରିଚାଳନା ରେ ରେଫରି ଭାବେ ଚଞ୍ଚଳ ମାଝୀ, ବୁଲୁ ମାଝୀ, ବିଶେଶ୍ୱର ପଧାନ ଖେଳ ପରିଚାଳନା କରିଥିଲେ। ଫୁଟବଲ ଟିମ ସଦସ୍ୟ ନୀଳମାଧବ ଭୋଇ, ବିରେନସାହୁ,ଅନିଲସାହୁ, ମୁକେଶ କୁମାର ସାହୁ, ସଲଟିବଗର୍ତ୍ତି, , ବବଲୁସାହୁ, ଜିତସାହୁ, ବିପିନସାହୁ, ମଣିମେହେର,ନମିତ ସୁନା , ରାଜା ସାହୁ,ତପନ ଛତ୍ରୀଆ ,ଅଭିଷେକ ସାହୁ,ଟୁନା ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶନିବାର ଫାଇନାଲ ମ୍ୟାଚ ଟି କଳାହାଣ୍ଡି ର ତୁଲାପଡା ଓ ବୌଦ୍ଧ ମଧ୍ୟରେ ହେବାକୁ ଥିବା ସଲଟି ବଗର୍ତ୍ତି ସୂଚନା ଦେଇଛନ୍ତି