-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
13-Dec-2023
ବଲାଙ୍ଗିର/(ଚିତ୍ରସେନ ବେହେରା) ସଦାଇପାଲି ପଲ୍ଲିଶ୍ରୀ ଷ୍ଟଡିୟମ ଠାରେ ସର୍ବଭାରତୀୟ ୫୬ ତମ ଇଂଜିନିୟରସ୍ କପ୍ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ ଦିନ ଖେଳ ଭିଲେଇ ବି.କେ.ପି ୟୁଥ୍ ଏଫ.ସି ଓ କୁଚିଣ୍ଡା ବି.ଏଫ୍.ସି ମଧ୍ୟରେ ହୋଇଥିଲା । ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲେ ମଧ୍ୟ କୁଚିଣ୍ଡା ଦଳ ୩-୧ ଗୋଲ ରେ ବିଜୟ ଲାଭ କରି ସେମିଫାଇନାଲକୁ ପ୍ରବେଶ କରିଛି । ଏହି ଅବସରରେ ଆୟୋଜକ କମିଟୀ ର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଅର୍କେଶ ନାରାୟଣ ସିଂହଦେଓ ଉପସ୍ଥିତ ଥିଲାବେଳେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକି ସାହୁ, ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ବ୍ଲକ ଅଧ୍ୟକ୍ଷା ସରିତା ବାଗ ଏବଂ ପୂର୍ବତନ ଅଧ୍ୟକ୍ଷ ତଥା ସଦାଇପାଲି ସମିତିସଭ୍ୟ ଗୁଲାପ ବାଗ । ଆସନ୍ତା କାଲି ବ୍ରମପୁର ଏଫ.ସି (ମଧ୍ୟପ୍ରଦେଶ) ଇନ୍ଦୋର ସହ ହୁଗୁଲି ମାଣିକ ଫୁଟବଲ କୋଚିଂ(ପଶ୍ଚିମବଙ୍ଗ) ସହିତ ଖେଳ ହେବ ବୋଲି ଜଣାଯାଇଛି । ସୁବ୍ରତ କୁମାର ପୁରୋହିତ, ସୁଧାଂଶୁ ସେଠ, ସଂଜିବ କୁମାର ମହାରଣା ଓ ଦେବାଶିଶ ବାଗ ରେଫରୀ ଭାବରେ ଖେଳ ପରିଚାଳନା କରିଥିବାବେଳେ ସୁନୀଲ ଚନ୍ଦ୍ର ବିଶ୍ୱାଳ ମ୍ୟାଚ କମିଶନର ର ଦାୟୀତ୍ୱ ନିର୍ବାହ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାମଜୀ ଯୁବକ ସଂଘ ର ସଭାପତି ଡା. ପ୍ରମୋଦ କୁମାର ମିଶ୍ର, କମରୁନ ନିସା, ସୁସ୍ମିତା ସୁନା, କୁସୁମ ମଞରୀ ନାଗ, ମୋନାଲିସା ବେସରା, ପ୍ରିୟଙ୍କା ପଣ୍ଡା, ଭୁମିସୁତା ଘିବେଲା, ସୋନାଲିକା ପାଣିଗ୍ରାହୀ, ଶାନ୍ତନୁ ମିଶ୍ର, ଶ୍ରୀଧର ସେଟ୍, ବିରେନ୍ଦ୍ର ସୁନା, ପ୍ରଭାତ ମିଶ୍ର, ପରାସର ବାଗ, ଶରତ ନନ୍ଦ, ହେମନ୍ତ ବେହେରା, ଅଭିମନ୍ୟୁ ପାଣ୍ଡେ, ଶଶୀଶେଖର ପଣ୍ଡା ଓ ଚଗଲା ପରିଛା ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।