-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
13-Dec-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ବୀରମହାରାଜପୁର ସଦର ସ୍ଥିତ ମହାବିଦ୍ୟାଳୟ ଆନୁକୁଲ୍ୟରେ ବୁଧବାର 'ନୂଆ ଓଡିଶା' ଯୁବ ଓଡିଶା - ନବୀନ ଓଡ଼ିଶା ପକ୍ଷରୁ ବାଲ୍ୟ ବିବାହ ବିରୋଧରେ ଏକ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା I ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଏକ ରାଲିକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ଶିବ କୁମାର ପୁରୋହିତ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ଏଥିରେ ପ୍ରାୟ ତିନିଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଡ଼.ଶିଶିର ବଣିଆ, ନରେନ୍ଦ୍ର ଝା, ଯାମିନୀ ଦାଶ, ବିଜୟ କୁମାର ପଧାନ, ସ୍ମୃତି ରଞ୍ଜନ ଭରାସାଗର, ହରପ୍ରିୟା ମହାପାତ୍ର, ସିମାରାଣି ବେହେରା, ସୁବାଷ ଚନ୍ଦ୍ର ଶତପଥୀ ପ୍ରମୁଖ ନେତୃତ୍ୱ ନେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜଗଦିଶ ସାହୁ ଓ ଶ୍ରୀରାମ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ I ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହିତ ରାଲିରେ ସାମିଲ ହୋଇଥିଲେ l