-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
13-Dec-2023
ବଲାଙ୍ଗିର(ଚିତ୍ରସେନ ବେହେରା) ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ପଂଚମ ଦିବସ ତଥା ସାମାଜିକ କାର୍ଯ୍ୟକ୍ରମ ର ଦ୍ୱିତୀୟ ଦିବସରେ ଅନୁଷ୍ଠାନର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍ଗାତାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ସଂସ୍କୃତ ଅଧ୍ୟାପକ ଶ୍ରୀ ଭୋଇ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଓଡିଶା ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଭ୍ୟ ନିହାର ରଂଜନ ବେହେରା ଯୋଗ ଦେଇଥିଲେ । ଏହା ପରେ ଜନସଚେତନତା କାର୍ଯ୍ୟକ୍ରମର ଶୋଭାଯାତ୍ରା କାଲିଭଣା ଗ୍ରାମ ପରିକ୍ରମା କରିଥିଲେ । ସ୍ୱଚ୍ଛତା, ବାଲ୍ୟ ବିବାହ ବିରୋଧ, ଯୌତୁକ ପ୍ରଥା, ନିରକ୍ଷରତା, ଡେଙ୍ଗୁ ଆଦି
ସାମାଜିକ ବ୍ୟାଧି ଉପରେ ଶ୍ଲୋଗାନ ତଥା ପଥପ୍ରାନ୍ତ ନାଟକ ମୁଇ ଟଢେଇ ନୁହେଁ କିରାଣୀ ପିତାମ୍ବର କର୍ମୀଙ୍କ ନିର୍ଦ୍ଦେଶନାରେ ପରିବେଷଣ ହୋଇଥିଲା । ଏଥିରେ ଛାତ୍ର ରାହୁଲ, ଦିଲେଶ, ପ୍ରିୟଙ୍କା, ସତ୍ୟାସିନୀ, ଚିନ୍ମୟୀ, ଝୁମି, ସୌଭାଗ୍ୟ ଓ ରୀତା ପ୍ରଭୃତି ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇ ଲୋକମାନଙ୍କର ପ୍ରିୟପାତ୍ର ହୋଇଥିଲ । ସାମାଜିକ କାର୍ଯ୍ୟକ୍ରମର ଦାୟିତ୍ୱରେ ଥିବା ଇଂରାଜୀ ଅଧ୍ୟାପକ ହେମସାଗର ସ୍ୱାଇଁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡି.ପଟେଲ, ଏସ୍.କେ. ବିଶ୍ୱାଲ, କିରାଣୀ ପିତାମ୍ବର କର୍ମୀ, ଖେଳ ଶିକ୍ଷକ ଅଶୋକ କୁମାର ଭଞ୍ଜ, ଲାଇବ୍ରେରିଆନ ନନ୍ଦିକିଶୋର କର୍ମୀ, ହାଡୁ ପ୍ରଧାନ, ମନୋଜ ବେହେରା, ଗ୍ରାମର ଜନସାଧାରଣ ଓ ସମସ୍ତ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।