-+91-9937148622 |
prerana_bgr@rediffmail.com |
Sunday 19th April 2026 |
R.N.I. Regd No. ODIODI/2010/46693
Breaking News
13-Dec-2023
ବଲାଙ୍ଗିର(ପ୍ରେରଣା ଖବର ): ସରସ୍ବତୀ ଶିଶୁ ମନ୍ଦିର ଚନ୍ଦନଭାଟିରେ ବିଦ୍ୟାଳୟ ର ୨୦ତମ ବାର୍ଷିକ କ୍ରୀଡା ସ୍ଥାନୀୟ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନ ଓ ସଂପାଦକ ଡା ଲକ୍ଷ୍ମଣ କୁମାର ମେହେର ମୁଖ୍ଯ ଅତିଥି ଭାବେ ଉଦଘାଟନୀ ଉତ୍ସବରେ ଯୋଗଦାନ କରିିଥିଲେ ତଥା ଡା ଲକ୍ଷ୍ମଣ କୁମାର ମେହେର ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ତଥା ଜୀବନରେ କ୍ରୀଡା କିପରି ସମସ୍ତଙ୍କୁ ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରଖେ ନିଜ ବକ୍ତବ୍ଯ ରେ ଶିଶୁଙ୍କ ସମ୍ମୁଖ ରେ ଉପସ୍ଥାପନା କରିଥିଲେ।ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ରାମଚନ୍ଦ୍ର ପ୍ରଧାନ କ୍ରୀଡାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ ଘୋଷଣା କରିଥିଲେ। କ୍ରୀଡା ରେ ଆଜି ଶ୍ରେଣୀ ଚତୁର୍ଥ ରୁ ଅଷ୍ଟମର ସମସ୍ତ ଶିଶୁ ଭାଇଭଉଣୀ ଉତ୍ସାହ ର ସହ ଅଂଶଗ୍ରହଣ କରିଥିବା ବେଳେ କ୍ଋତି ଭାଇଭଉଣୀ ଙ୍କୁ ସଭାପତି ରାମଚନ୍ଦ୍ର ପ୍ରଧାନ ଓ ସଂପାଦକ ଡା ଲକ୍ଷ୍ମଣ କୁମାର ମେହେର ପୁରସ୍କାର ପ୍ରଦାନ କରିବା ସହିତ ଉତ୍ସାହିତ କରିଥିଲେ। ଦୌଡ ବିଭାଗରେ ଆଚାର୍ଯ୍ୟ ଟିକେଶ୍ବର ମିଶ୍ର, ଦୀଲିପ ଥନାପତି, ଶତ୍ର୍ରଘ୍ନ ସିଂହ ଓ ଆଚାର୍ଯ୍ୟା ସରିତା ପାଣିଗ୍ରାହୀ, ଥ୍ରୋ ଇଭେଣ୍ଟରେ ଆଚାର୍ଯ୍ୟ ଧନଞ୍ଜୟ ମହାକୁର, ମମତା ମଲ୍ଲୀକ, ଶେଷକାନ୍ତି ମଲ୍ଲୀକ , ଜମ୍ପ ଇଭେଣ୍ଟରେ ଆଚାର୍ଯ୍ୟ ପ୍ରଦୀପ କୁମାର ସା, ଲିଙ୍ଗରାଜ ମେହେର, ପ୍ରମୁଖ କ୍ରୀଡା ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ଘନ ମେହେର ଓ ଆଚାର୍ଯ୍ୟା ତୁଳସୀ ବଢେଇ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ। ଆଚାର୍ଯ୍ୟା ପ୍ରମୋଦିନୀ ଆଚାର୍ଯ୍ୟ ସଭା ସଂଯୋଜନା କରିଥିଲେ। ଚନ୍ଦନଭାଟି ଗ୍ରାମ ର ମାଆ ଦୁର୍ଗା ମନ୍ଦିର ରୁ କ୍ରୀଡା ମସାଲ ଅଣାଯାଇ ମୁଖ୍ଯ ଅତିଥି ପ୍ରଧାନଙ୍କ ଦ୍ଵାରା ପଡିଆରେ ସ୍ଥାପନ କରାଯାଇଥିଲା। ଆସନ୍ତା କାଲି ଶିଶୁ ପ୍ରାରମ୍ଭ ଓ ବୋଧ ତଥା ଶ୍ରେଣୀ ପ୍ରଥମ ରୁ ତ୍ରୁତୀୟ ର କ୍ରୀଡା ଅନୁଷ୍ଠିତ ହେବା ସହ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।