-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
13-Dec-2023
ପାଟଣାଗଡ଼(ପୂର୍ଣ ଶଶୀ ଶେଖର ରାଓ ): ଆଜି ବଲାଙ୍ଗିର ଜିଲ୍ଲା ବେଲପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ନୂଆ ଓ ) ଯୋଜନା ଅନ୍ତର୍ଗତ ସରକାରୀ ଜନ ମଙ୍ଗଳ ଯୋଜନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ମନୋଜ କୁମାର ମହାଖୁଡ ରାଜ୍ୟ ସରକାରଙ୍କ ବିଭନ୍ନ ଜନ ମଙ୍ଗଳ କର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ମଞ୍ଚାସୀନ ଅତିଥି ଭାବେ ଅମୀୟ କୁମାର ବାବୁ, ରମାକାନ୍ତ ପୁଟେଲ ନିଜ ନିଜର ଅଭିମତ ରଖିଥିଲେ। ସଭା କାର୍ଯ୍ୟ କୁ ଇତିହାସ ଅଧ୍ୟାପକ ସୁଦାମ ଚରଣ ମହାପାତ୍ର ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରମୋଦ କୁମାର ବରିହା ଧନ୍ୟବାଦ ଅର୍ପଣ
କରିଥିଲେ।ସଭା କାର୍ଯ୍ୟ ଶେଷରେ ଏକ ବିଶାଳ ରେଲି କଲେଜ କ୍ୟାମ୍ପସ ରୁ ବାହାରି ମାଲିମୁଣ୍ଡା ଗାଁ କୁ ପହଞ୍ଚିଥିଲା। ସେଠାରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ କାଲିଆ, ବିଜୁ ପକ୍କା ଘର,ମିଶନ ଶକ୍ତି, ନିରାମୟ, ବିଜୁ ସ୍ବାସ୍ଥ୍ୟ କାର୍ଡ , ଆଶିର୍ବାଦ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଯୋଜନା ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ। ଛାତ୍ରଛାତ୍ରୀ ମାନେ ଘର ଘର ବୁଲି ପ୍ରାଚୀର ପତ୍ରିକା ବଣ୍ଟନ କରିଥିଲେ। ଏହି ବିଶାଳ ରେଲି କୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ସହଯୋଗ ଯୋଗାଇଥିଲେ।