-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
11-Dec-2023
ବଲାଙ୍ଗିର : ରାଜ୍ଯ ସ୍ଵସ୍ଥ୍ଯ ଏବଂ ପରିବାର କଲ୍ଯାଣ ବିଭାଗର ନଭେମ୍ବର୍ ରିପୋର୍ଟ ଅନୁସାରେ ନେସନାଲ୍ ହେଲଥ୍ ମିସନ୍ ର ୪ଟି ଉଚ୍ଚ ମାନର ସୂଚକାଙ୍କକୁ ଆଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଏକ ସମ୍ମାନଜନକ ମାନ୍ୟତା ମିଳିଛି l ଉତ୍କୃଷ୍ଟ ଓ ଉନ୍ମତ ମାନର ସେବା ଯୋଗାଇ ଥିବା ଯୋଗୁଁ ଏହି ମାନ୍ୟତା ମିଳିଛି l ୭୦ ପ୍ରତିଶତ ରୁ ଅଧିକ ବେଡ୍ ଓକୁପେନ୍ସି , ୧୦ ପ୍ରତିଶତ ରୁ କମ୍ ରେଫେରାଲ, ୧୫ ପ୍ରତିଶତ ରୁ କମ୍ ମୃତ୍ୟହାର , ୮୦ ପ୍ରତିଶତରୁ ଅଧିକ ରୋଗୀଙ୍କ ଡିସଚାର୍ଜ ଆଦି ଉତ୍ସାହଜନକ ପ୍ରଦର୍ଶନ କୁ ଆଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ ର ମାଁ ଓ ଶିଶୁ ଚିକିତ୍ସା ବିଭାଗ (ଏମ୍ ସି ୟୁ) କୁ ରାଜ୍ୟସ୍ତରୀୟ ମାନ୍ୟତା ମିଳିଛି l ଏମ୍ ସି ୟୁ ର ବିଭାଗୀୟ ମୁଖ୍ୟ ପ୍ରଫେସର ଶାନ୍ତି ସେନା ମିଶ୍ରଙ୍କ ବଳିଷ୍ଠ ପରିଚାଳନା ଏବଂ ଏଠାରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ବଲାଙ୍ଗିର ସରକାରୀ ଡାକ୍ତରଖାନା ଏମ୍ ସି ୟୁ ବିଭାଗକୁ ଏହି ମାନ୍ୟତା ମିଳିପାରିଛି l ଏହି ଖବର ଜଣାପଡିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି