-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
06-Dec-2023
ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଜଳନ୍ଧର ମହାବିଦ୍ୟାଳୟରେ ନୁଆ ଓ ଯୁବ ଓଡ଼ିଶା , ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ କଲେଜ ଅଧ୍ୟାପକ ତଥା ନୋଡାଲ ଅଧିକାରୀ କିଶୋର କୁମାର ଠାକୁର , ଚୌବନ ସାହୁ, ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ l ମଞ୍ଚକୁ ଲଳିତ ବାଗ ପରିଚାଳନା କରିଥିଲେ l ମଞ୍ଚ ରେ ଅତିଥି ମାନଙ୍କୁ ଆମନ୍ତ୍ରଣ କରାଯାଇ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l
ଏହାପରେ ଗଣେଶ ପ୍ରତି ମୂର୍ତ୍ତି ରେ ଦୀପ ପ୍ରଜ୍ବଳନ କରାଯାଇ ସଭା ଆରମ୍ଭ କରାଯାଇଥିଲା l ସଭାରେ କ୍ରୀଡ଼ା, ସାଂସ୍କୃତିକ, ପ୍ରତିଯୋଗିତା, ସାମାଜିକ ସଚେତନତା, ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ଓ ସମାଜରେ ସଂସ୍କାର ହେବାକୁ ହେଲେ ବିକାଶଧାରା ଜାରୀ ରହିବା ଉଚିତ l ତଥା ଅନ୍ୟାନ୍ୟ ବିଷୟ ଉପରେ ଅତିଥି ମାନେ ଆଲୋକପାତ କରି ଥିଲେ l ଆଜିର ଏହି ଉଦ୍ଘାଟନୀ ଉତ୍ସବ ଟି 6 ତାରିଖ ରୁ 10 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି l କଲେଜର 256 ଛାତ୍ରଛାତ୍ରୀ ଆଜିର କାର୍ଯ୍ୟକ୍ରମ ରେ ଯୋଗଦେଇ ମହାସମାରୋହରେ ପାଳନ କରିଥିଲେ l ଏହି ଅବସରରେ ବିଧାୟକ, କଲେଜ କତୃପକ୍ଷ , ଛାତ୍ରଛାତ୍ରୀଙ୍କ ଅନୁରୋଧ ପୂର୍ବକ ଏକ ଅତିରିକ୍ତ କୋଠରୀର ଭୂମିପୂଜନ ଶିଳାନ୍ୟାସ କଲେଜର ଏକଛାତ୍ରୀ ଗୀତାଞ୍ଜଳି ବଗର୍ତ୍ତୀଙ୍କ ଦ୍ଵାରା କରାଯାଇ ଥିଲା l କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ନାଚ ଗୀତ ତଥା ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମ କୁ କଲେଜର ଅଣ ଶିକ୍ଷକ, କର୍ମଚାରି ମାନେ ସହଯୋଗ କରିଥିଲେ l