-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
02-Dec-2023
ସାଲେଭଟା(ଅରବିନ୍ଦ ମିଶ୍ର)- ସ୍ଥାନୀୟ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କଲ ଠାରେ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଛି । ସ୍କୁଲର ପ୍ରଧାନଶିକ୍ଷକ ଦୂର୍ଯ୍ୟୋଧନ ପଶାୟତଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ସଚେତନ ସଭାରେ ବିଜ୍ଞାନ ଶିକ୍ଷକ ଗୋବିନ୍ଦ ସାହୁ ଛାତ୍ରଛାତ୍ରୀ ମାନଙ୍କୁ ଏଡସ ବିଷୟରେ ସଚେତନ ରହିବାକୁ ଆହ୍ୱାନ ଦେଇଥିଲେ l ବିଦ୍ୟାଳୟର ଜୁନିୟର ରେଡକ୍ରସ ୟନିଟ ତରଫରୁ ଗ୍ରାମରେ ଏକ ଶୋଭାଯାତ୍ରା କରି ଛାତ୍ରଛାତ୍ରୀ ମାନେ ଏଡ୍ସ ବିଷୟରେ ବିଭିନ୍ନ ସୂଚନା ସମ୍ବଳିତ ପ୍ଲାକର୍ଡ ପ୍ରଦର୍ଶନ କରି ଜନସାଧାରଣଙ୍କୁ ସଚେତନ କରିଥିଲେ । ସ୍କୁଲ ପରିଚାଳନା କମିଟୀ ସଭାପତି ବିପିନ ସାହୁ, ଶିକ୍ଷୟତ୍ରୀ ପିଙ୍କି କର୍ଣ୍ଣ, ଗୋବିନ୍ଦ ସାହୁ, ରାଜକିଶୋର ମହାକୁର, ଦିଲ୍ଲୀପ କୁମାର ଥନାପତି, ମଂଟେଶ ସାହୁ, ଆଶାକର୍ମୀ ବସୁମତୀ ଥନାପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷକ ଦିଲ୍ଲୀପ କୁମାର ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।