-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Nov-2023
କଣ୍ଟାମାଳ ( ଜୟ କୁମାର ମହାରଣା ),ତା ୩୦/୧୧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଣ୍ଡାୟତ ଓଡ଼ିଆ ସମାଜର ଏକ ବ୍ଲକସ୍ତରୀୟ ସାଧାରଣ ଅଧିବେଶନ କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l
ସମାଜର ବ୍ଲକ ସଭାପତି ଧନେଶ୍ୱର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ସାଧାରଣ ସମ୍ପାଦକ ଠାକୁର ଚରଣ ନାୟକ ସମାଜ ର ବିକାଶ ପାଇଁ ସମସ୍ତେ ହାତକୁ ହାତ ମିଳେଇ କାମ କରିବାକୁ ଅନୁରୋଧ କରିଥିଲେ l ସମାଜ ର ସୁବିଧା ଅସୁବିଧାରେ ସମସ୍ତେ ସହଯୋଗ କରିବାକୁ ସହସମ୍ପାଦକ ପୁରୁଷୋତ୍ତମ ଦଳବେହେରା ଆହ୍ୱାନ କରିଥିଲେ l ଏହି ବ୍ଲକର ୨୪ଗୋଟି ଗ୍ରାମପଂଚାୟତ ର ପ୍ରମୁଖ କାର୍ଯ୍ୟକର୍ତା ସର୍ବସମ୍ମତି କ୍ରମେ ମନୋନୟନ କରାଯାଇଛି l ଏଥିରେ ବିକର୍ତ୍ତନ ଗୁରୁ ଙ୍କୁ କୋଷାଧ୍ୟକ୍ଷ ଓ ଶ୍ରୀରାମ ପରିଛା, ରୋହିତ ବଡ ଚାଟ, ବିପିନ ଗୁରୁ, ଡମ୍ବରୁ ଦଳବେହେରା, ଘନଶ୍ୟାମ ଦଳ ବେହେରା, ନବ ଦ୍ୱାରି, ଚାଣ୍ଡଳ ପରିଛା, ଖିରୋଦ ଗୁରୁ ଆଦିଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଛି l ସଭାରେ ଶହେ ରୁ ଉର୍ଦ୍ଧ୍ୱ ଜାତି ଭାଇ ଯୋଗ ଦେଇ ସମାଜର ଉନ୍ନତି ପାଇଁ ନିଜ ନିଜର ମତ ରଖିଥିଲେ l ଶେଷରେ ଗୌର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l