-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Nov-2023
ସଇଁତଳା(ପ୍ରେରଣା ଖବର ): ଆଜି ଅପରାହ୍ନରେ ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ତରଫରୁ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ପାଠାଗାରର ପୁସ୍ତକକୁ ନେଇ ପ୍ରତିଯୋଗିତା ହୋଇଥିଲା। କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ପାଠାଗାର ପ୍ରତିଷ୍ଠାତା ବୃନ୍ଦାବନ କୁମ୍ଭାରଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ପଞ୍ଚାୟତ ହାଇ ସ୍କୁଲ୍ ଗନ୍ଧଲ୍କାଠାରେ ଅନୁଷ୍ଠିତ ହୋଇ ଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରି ପୁସ୍ତକ ହିଁ ସମାଜ ସଂସ୍କାରରେ ସାହାଯ୍ୟ କରେ ବୋଲି ମତ ପ୍ରକାଶ କରି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉଦାହରଣ ଦେଇ ବୁଝାଇ ଥିଲେ। ବିଦ୍ୟାଳୟ ର ଅନନ୍ତ ନନ୍ଦ, ରୋହିତ କୁମାର ପୁଞି, ପଙ୍କଜ ନାଗ କାର୍ଯ୍ୟକ୍ରମକୁ ସୁପରିଚାଳନା କରି ପୁରସ୍କାର ପାଇଁ ଥିବା ଇଶ୍ଵର ସତପଥୀ, ହମିଆ ସାହୁ , ମନୀଷା ଦୀପ ଙ୍କୁ ଧନ୍ୟବାଦ ଦେଇ ସଭା ସମାପନ କରି ଥିଲେ।