-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Nov-2023
ବିନିକା(ହିମାଂଶୁ ଶେଖର ପୁଟେଲ): ଜଗତର ନାଥ ଜଗନ୍ନାଥଙ୍କ ଧାମ ପୁରୀକୁ ଆଜି ବିନିକା ବ୍ଲକ ଓ ନଗର କଂଗ୍ରେସ ତରଫରୁ ୧୪ଗୋଟି ଟୋକେଇରେ ପ୍ରାୟ ୧କୁଇଣ୍ଟାଲ ତୁଳସୀ ପତ୍ର ପଠାଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ରବୀନ୍ଦ୍ର ହୋତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କଂଗ୍ରେସ କର୍ମୀ ମାନେ ବିନିକା ବିଜ୍ଞାପିତ ପରିଷଦର ୧୨ଗୋଟି ୱାର୍ଡ ଏବଂ ବ୍ଲକର ୧୬ଟି ପଞ୍ଚାୟତର ପ୍ରାୟ ୧୦୦ଗୋଟି ଗ୍ରାମରୁ ତୁଳସୀ ପତ୍ର ସଂଗ୍ରହ କରାଯାଇ ଟୋକେଇ ରେ ସମ୍ମାନ ସହିତ ସାଇତି ରଖାଯାଇଥିଲା ।ସ୍ଥାନୀୟ ବିନିକା ଚନ୍ଦ୍ରମା ଠାରେ ଏକ ରଥରେ ତୁଳସୀ ସବୁକୁ ରଖାଯାଇ ଭଜନ ଓ ସଙ୍କୀର୍ତ୍ତନର ତାଳେ ତାଳେ କଂଗ୍ରେସ କର୍ମୀ ମାନେ ହରି ନାମ ଗାଇ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିନିକା ସୋନପୁର ରାସ୍ତାର ପାପକ୍ଷୟ ଛକ ଠାରୁ ରଥକୁ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ପାଇଁ ବିଦାୟ ଦେଇଥିଲେ ।୬ ଦଫା ଦାବି ସମସ୍ୟାର ସମାଧାନ ନେଇ ଜଗନ୍ନାଥ ଧାମକୁ ଏହି ତୁଳସୀ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ବୋଲି ବ୍ଲକ ସଭାପତି ଶ୍ରୀ ହୋତା ଅଞ୍ଚଳର ଜନସାଧାରଣଙ୍କୁ ସୂଚନା ଦେଇଥିଲେ ।ଅନୁଷ୍ଟିତ ଏହି ତୁଳସୀ ଯାତ୍ରାରେ କଂଗ୍ରେସ ନେତା ନରେନ୍ଦ୍ର ସାହୁ,ସଂଗ୍ରାମ କେଶରୀ ନାୟକ,ସୁଧାଂଶୁ ପଣ୍ଡା, ମିତ୍ରଭାନୁ ଭୋଇ,ବିପିନ ବିହାରୀ ଚାନ୍ଦ,ବିଜୟ ଭୋଇ,ଅନନ୍ତ କର୍ଣ୍ଣ,ରଶ୍ମି ରଞ୍ଜନ ବିଶି,କୃଷ୍ଣ ଚନ୍ଦ୍ର ପଧାନ,ଟିକେଶ୍ଵର ପଧାନ,ଟିକୁ ହୋତା,ସୁରଥ ପ୍ରଧାନ,ସୀତାରାମ ବହିଦାର,ନରସିଂହ ମିଶ୍ର,ବିରାଜି ପେରା,ଦୁର୍ୟୋଧନ ଖେତୀ,ଆନନ୍ଦ ଦାସ,ବିଶ୍ଵାମିତ୍ର ପଣ୍ଡା,ପାଣ୍ଡଵ ଭୋଇ,ନୀଳାଞ୍ଚଳ ଷlଣ୍ଢ,ସୌମିତ୍ରୀ ତରିଆ,ରୁଷି ସାହୁ,ବିପିନ ମେହେର,କୁନା ପଣ୍ଡା,ଉମେଶ ପଣ୍ଡା, ସତ୍ୟାନନ୍ଦ ପୁଟେଲ,ଦଖିଲ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।