-+91-9937148622 |

prerana_bgr@rediffmail.com |

  Saturday 22nd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||     

HOME   ଜିଲ୍ଲା

କଣ୍ଟାମାଳ : ବିଧାୟକଙ୍କ ଗଡ଼ରେ ପରିବର୍ତ୍ତନ ସମାବେଶ କଲେ ବବି

30-Nov-2023



କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବୌଦ୍ଧ ଜିଲ୍ଲାରେ ରାଜନୈତିକ ଦଳଗୁଡିକ ମଧ୍ୟରେ ସେତିକି ପରିମାଣର ଉଷ୍ମତା ଦେଖାଦେଇଛି । ଜିଲ୍ଲାରେ ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପୁରାପୁରି ରାଜନୀତି ଉଷ୍ମତା ବଢିଯାଇଛି।କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ସମାବେଶ ନାରେ ମହୀଧର ହଟାଅ ଅଭିଯାନ ଜୋରଦାର ଆରମ୍ଭ ହୋଇଛି । ବୁଧବାର ପରିବର୍ତ୍ତନ ସମାବେଶକୁ ଦେଖିଲେ ଶାସକ ଦଳରେ ପୁରା ଗୋଷ୍ଠୀକନ୍ଦଳ ଥିବା ସ୍ପଷ୍ଟ ବାରିହୋଇପଡୁଛି । କଣ୍ଟାମାଳ ବିଧାନସଭାର ନାରାୟଣପ୍ରସାଦ ପଞ୍ଚାୟତର ବରିଷ୍ଠ ବିଜେଡି ନେତା ସତ୍ୟନାରାୟଣ ମାଝୀଙ୍କ ଆହ୍ୱାନ କ୍ରମେ ରିଙ୍ଗାପଡା ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ପରିବର୍ତ୍ତନ ସମାବେଶ ଅନୂଷ୍ଠିତ ହୋଇଯାଇଛି । ଏହି ସମାବେଶ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ଗଡରେ କରିଥିବା ନେଇ ପୁରା ରାଜନୀତି

ସରଗରମ ହୋଇଥିଲା । ବିଜେଡିର ପୁରୁଖା ନେତା ତଥା ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ (ବବି) ରଥଙ୍କ ପରିବର୍ତ୍ତନ ସମାବେଶରେ ଯୋଗ ଦେଇ ମହୀଧର ହଟାଓ ଏବଂ କଣ୍ଟାମାଳ ବଚାଓ ନାରା ଦେଇଥିଲେ । ଶାସକ ଦଳର ସମସ୍ତ ପୁରୁଖା ନେତା ପୁରାପୁରୀ ମହୀଧରଙ୍କୁ ଖୋଲାଖୋଲି ବିରୋଧ କରିଥିଲେ । ନେତା ମାନେ ଆଗାମୀ ସାଧାରଣ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଶିକ୍ଷିତ ପ୍ରାର୍ଥୀଙ୍କୁ ଚୟନ କରିବାକୁ ଆହ୍ୱାନ କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବବି ରଥଙ୍କ ନେତୃତ୍ୱରେ ଚାଲିଥିବା ଏହି ପରିବର୍ତ୍ତନ ସମାବେଶରେ ଖୋଲାଖୋଲି ଭାବରେ ମହୀଧରଙ୍କ ନେତୃତ୍ୱକୁ ବିରୋଧ କରାଯାଇଛି । ବୁଧବାର ହୋଇଥିବା ନେତୃତ୍ୱରେ ପରିବର୍ତ୍ତନ ସମାବେଶରେ ମହୀଧର ଅନ୍ୟ ଦଳରେ ନେତାଙ୍କୁ ଆମଦାନୀ କରି ଠିକା କାମା କରି ଅର୍ଥ ଆତ୍ମସାତ କରୁଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶିକ୍ଷା,ସ୍ୱାସ୍ଥ୍ୟ ,ଗମନାଗମନ ,ଜଳସେଚନ ଆଦି କ୍ଷେତ୍ରରେ ପଛରେ ରହିଥିବା ନେତାମାନେ ଅଭିଯୋଗ କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ବିଦ୍ୟାଳୟ ଗୁଡିକରେ ଶିକ୍ଷକର ଅଭାବ, ଯେଉଁଠି ବ୍ରିଜ ଦରକାର ନାହିଁ ସେଠାରେ ଚାଲିଛି ବ୍ରିଜ ନିର୍ମାଣ, ଚେକଡ୍ୟାମର ଦୁର୍ନୀତି, ଓ ଫାସେଡଠାରେ ଏକ ଯୁକ୍ତ ଦୁଇ ସରକାରଙ୍କ ଅନୁମତି ନ ହୋଇଥିବା ବେସରକାରୀ କଲେଜ ହୋଇଥିବା ବେଳେ ସରକାରୀ ବିଦ୍ୟାଳୟରେ ଶ୍ରେଣୀଗୃହରେ କିପରି ଚାଲୁଅଛି ବୋଲି ନେତା ମାନେ ଅଭିଯୋଗ କରିଥିଲୋ । ବର୍ତ୍ତୀମାନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ବଦନାମ ହୋଇସାରିଥିବାବେଳେ କେବଳ ଠିକାଦାର ଓ ଦୁର୍ନୀତିଖୋର ଲୋକମାନେ ଏଥିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଛବିକୁ ଖରାପ କରୁଥିବା ନେଇ ଦଳର ଛାମୁଆଁ ନେତାମାନେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଦଳରେ ନେତୃତ୍ୱ ପରିବର୍ତନ ଜରୂରୀ ବୋଲି ବହୁ ସଂଖ୍ୟାରେ ଯୋଗ ଦେଇଥିବା ସରପଞ୍ଚ,ସମିତିସଭ୍ୟ, ପୂର୍ବତନ ଜନପ୍ର୍ରତିନିଧିମାନେ ମତପ୍ରକାଶ କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତମାତ୍ରାରେ ଅର୍ଥ ଯୋଗାଇଦେଉଥିଲେ ମଧ୍ୟ ବିଧାୟକ ମହୀଧରଙ୍କ ଛତ୍ରଛାୟା ତଳେ ଅନେକ ଦୁର୍ନିତୀଗ୍ରସ୍ତ ବ୍ୟକ୍ତିବିଶେଷ ସେସବୁ ବାଟମାରଣା କରିବାରେ ଲାଗିଛନ୍ତି ବୋଲି ଖୋଦ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀରଥ ଅଭିଯୋଗ କରିଥିଲେ । ନିର୍ବାଚନ ମଣ୍ଡଳୀକୁ ମିଳୁଥିବା ବିଧାୟକ ପାଣ୍ଠି ବିଭିନ୍ନ ମନ୍ଦିର ପରିସରର ଉନ୍ନୟନ , ମୋରମ ବିଛା ଓ ପୋଖରୀ ଖନନ ଆଦି ପ୍ରକଳ୍ପ ଦେଖାଇ ହରିଲୁଟ କରାଯାଉଅଛି ଓ ମନରେଗା କାର୍ଯ୍ୟରେକୁ ଦେଖାଇ ବିଧାୟକ ପାଣ୍ଠି, ପଶ୍ଚିମଓଡିଶା ବିକାଶ ପରିଷଦ ପାଣ୍ଠିରୁ ପୁନର୍ବାର କାର୍ଯ୍ୟ ଦେଖାଇ ମିଛ ବିଲ କରି ଟଙ୍କା ଆତ୍ମସାତ କରୁଥିବା ନେଇ ଅନେକ ନେତା ପ୍ରକାଶ କରିଛନ୍ତି। କଣ୍ଟାମାଳ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ହୋଇଥିଲେ ମଧ୍ୟ ଆଜି ଜିଲ୍ଲାରେ କଣ୍ଟାମାଳ ବ୍ଲକ ଏକ ଅବହେଳିତ ଅଞ୍ଚଳ ହୋଇ ରହିଥିବା ନେଇ ନେତାମାନେ ଏହାର କାରଣ ଦୁର୍ବଳ ନେତୃତ୍ୱ ବୋଲି କହିଥିଲେ । ଏଣୁ ନିର୍ବାଚନ ମଣ୍ଡଳୀରେ ଆଗାମୀ ନିର୍ବାଚନରେ ନେତୃତ୍ୱ ପରିବର୍ତନ ଜରୂରୀ ବୋଲି ଏହି ସମାବେଶରେ ମତପ୍ରକାଶ ପାଇଥିଲା । ପରିବର୍ତ୍ତନ ସମାବେଶରେ ବରପଦର ଗ୍ରାମର ବରିଷ୍ଠ ବିଜେଡି ନେତା ପ୍ରମୋଦ ରଣା, ଟପର୍ଣ୍ଣାର ଲିଙ୍ଗରାଜ ରଣା ,ବିଜୟ କୁମାର ସାହୁ, ବିଜୁ ଜନତା ପୂର୍ବତନ ଜିଲା ପରିଷଦସଭ୍ୟ ତଥା ବର୍ତ୍ତମାନର ଖଳିଆପାଲି ପଞ୍ଚାୟତର ସମିତିସଭ୍ୟ କେଦାର ସାହୁ, ପୁର୍ବତନ ବ୍ଳକ ଅଧ୍ଯକ୍ଷ ପୟଧର ମହାକୁଡ, ଲିକି ଦେହୁରୀ, ଗୁନ୍ଦୁଲିଆ ସରପଞ୍ଚ ଧବଳେଶ୍ୱର ସିଂ, ବହିରା ସରପଞ୍ଚ ଯଯାତି କେଶରି ମହଲିକ, ବାଉଁଶୁଣୀ ସମିତିସଭ୍ୟ ପ୍ରମୋଦ କୁମାର ଦେହୁରୀ, ଗୁନ୍ଦୁଲିଆ ସମିତିସଭ୍ୟ ବଳଦେବ କର୍ମୀ, ପୁର୍ଣ୍ଣଚନ୍ଦ୍ର ପୋଢ,ପ୍ୟାରୀମୋହନ ନାଏକ,ପୁର୍ବତନ ସମିତିସଭ୍ୟ ପୁର୍ଣ୍ଣଚନ୍ଦ୍ର ସାହୁ, ବିଜେଡି କର୍ମୀ ରାମହରି ପ୍ରଧାନ,ରେଙ୍ଗାଲି ସମିତିସଭ୍ୟ ଶୁଶିଲ ପୁରୋହିତ,ନାଏକ ସରପଞ୍ଚ ହୃଷି ଦନ୍ତା,ବିଜେଡି ନେତା

ଦୁର୍ଯ୍ୟୋଧନ ଖଟୁଆ, ପୁର୍ବତନ ସମିତିସଭ୍ୟ ବିବତ୍ସ କହଁର, ନାରାୟଣ ପ୍ରସାଦ ପୂର୍ବସରପଞ୍ଚ ଟଙ୍କଧର ମହାକୁଡ,ରମାରଞନ ସାହୁଙ୍କ ସମେତ ବହୁ ସଂଖ୍ୟାରେ ନେତା ଓ ୫୦୦୦ର ଅଧିକ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ । ଏହି ପରିବର୍ତ୍ତନ ସମାବେଶ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ପୁର୍ବରୁ ମଧ୍ୟ ଗତ ୧୪.୧୧.୨୩ ତାରିଖରେ ବହିରାରେଠାରେ ମଧ୍ୟ ପରିବର୍ତ୍ତନ ସମାବେଶ ଅନୁ୍‌ଷ୍ଠିତ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖବର ଆଜିର   22-Aug-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   22-Aug-2026
  ଜିଲ୍ଲା  
ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ   21-Aug-2026
  ଜିଲ୍ଲା  
ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   21-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ   21-Aug-2026
  ଜିଲ୍ଲା  
ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ   21-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   21-Aug-2026
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026

You Might Also Like

  ଜିଲ୍ଲା  

ଖବର ଆଜିର