-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
17-Dec-2020
(ପ୍ରେରଣା ଖବର) କଣ୍ଟାମାଳ: ଅବକାରୀ ବିଭାଗ ପକ୍ଷରୁ ବୁଧବାର କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ସିମେଲିକଟା ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲ ଉପରେ ଚଢ଼ଉ କରାଯାଇ ୩୫ ଏକର ଜଙ୍ଗଲ ଜମିରୁ ପ୍ରାୟ ୧ ଲକ୍ଷ ୫ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୦ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ଉରେ ମାଜିଷ୍ଟ୍ରେଟ ଭାବେ ସୁଶୀଳ କହଁର ଥିବା ବେଳେ ଇନ୍ସପେକ୍ଟର ବିଜୟ ଧରୁଆ, ଓଆଇସି ରମେଶ ଚନ୍ଦ୍ର ମହାନ୍ତି, ଏଏସ୍ଆଇ ରୂପେଶ ମୁଖୀ, କନେଷ୍ଟବଳ ଜୟନ୍ତ ପ୍ରଧାନ, ରାଜକିଶୋର କହଁର, ଅଞ୍ଜଳି ଅମାତ, ସୁକେଶିନୀ କଜୁର, କୈଳାସ ସାହୁ, ବିଜୟ ବାଘ, ପ୍ରଫୁଲ୍ଲ ଭୋକ୍ତା, ସଞ୍ଜୟ ସେଠୀ, ଲୋକନାଥ ଭୋଇ ପ୍ରମୁଖ ସାମିଲ ଥିଲେ।