-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଅନେକ ଶିଶୁ ନିଖୋଜ, ସପନା ଓ ଦେବରାଜ କେଉଁଠି?

17-Dec-2020



(ପ୍ରେରଣା ଖବର) ବଲାଙ୍ଗୀର: ସାରା ରାଜ୍ୟରେ ପରୀ ଘଟଣା ହଇଚଇ ସୃଷ୍ଟି କରିଛି। ପରୀ ହତ୍ୟାକାରୀକୁ ଧରିବାକୁ ଏସଆଇଟି ଚଳାଇଛି ତନାଘନା। ଏପଟେ ବଲାଙ୍ଗୀର ଜିଲ୍ଲାରେ ବି ବିଗତ ଦିନରେ ଅନେକ ଶିଶୁ ନିଖୋଜ ଓ ହତ୍ୟାର ଶିକାର ହୋଇଛନ୍ତି ଯାହାର କି ପତ୍ତା ପାଇନି ପୁଲିସ। ସାଧାରଣ ପରିବାରର ଶିଶୁ ନିଖୋଜ ମାମଲାକୁ ସାଧାରଣ ଘଟଣା ଭାବେ ଗ୍ରହଣ କରିଛି ପୁଲିସ। ତଦନ୍ତ ଦୂରର କଥା ନିଖୋଜ ଶିଶୁଙ୍କ ବାପା, ମା’ଙ୍କ ଗୁହାରି ଶୁଣିବାକୁ ବି କାହା ପାଖରେ ଏଠି ସମୟ ଯେମିତି ନାହିଁ। ବଲାଙ୍ଗୀର ଜିଲ୍ଲାର ଦୁଇଜଣ ଶିଶୁ ସପନା ଓ ଦେବରାଜ ଏବେ କେଉଁଠି? ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବ୍ୟବସାୟିକ ପେଣ୍ଠସ୍ଥଳୀ। ହେଲେ କଣ୍ଟାବାଞ୍ଜିକୁ ଲାଗି ରହିଥିବା ଗାଁଗଣ୍ଡାରୁ ଛୁଟିଥାଏ ଦାଦନଙ୍କ ସୁଅ। ଶ୍ରମିକବହୁଳ ଅଂଚଳରୁ ଛୋଟଛୋଟ କଅଁଳ ଶିଶୁ ନିଖୋଜ ହୋଇଛନ୍ତି। ବର୍ଷ ବର୍ଷ ହେଲା ସେମାନଙ୍କ ପତ୍ତା ମିଳୁନି। ଏଫଆଇଆର ଦେଲା ପରେ ବି ସକ୍ରିୟ ହେଉନି ପୁଲିସ। କଣ୍ଟାବାଞ୍ଜି ସହର ନିକଟ କୁକୁଡ଼ାହାଡ଼ ଗାଁ। ଗାଁରେ ରୁହନ୍ତି ବିନୋଦ ସରାଫଙ୍କ ପରିବାର। ବିନୋଦ ଦିନମଜୁରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଗତ ୨୦୧୪ ମସିହା ଅକ୍ଟୋବର ୩ ତାରିଖ ତାଙ୍କ ପରିବାରକୁ ଆସିଥିଲା ଦୁଃଖର ବାଦଲ। ବେଶ୍‌ ଖୁସିରେ ସେମାନେ ଯାଇଥିଲେ ଦଶହରା ଦେଖିବାକୁ। ବିନୋଦଙ୍କ ସହ ତାଙ୍କ ସ୍ତ୍ରୀ ସାବିତ୍ରୀ, ଛୋଟ ଦୁଇ ଝିଅ ଓ ଗୋଟିଏ ପୁଅ ଯାଇଥିଲେ। ହେଲେ ଯାତ୍ରାର ଭିଡ଼ ଭିତରେ ହଜିଯାଇଥିଲା ତାଙ୍କ ବଡ଼ ଝିଅ ସପନା(୬ବର୍ଷ)। ଯାତ୍ରାର ଭିଡ଼ ଭିତରେ ବହୁ ଖୋଜାଖୋଜି କରିଥିଲେ। ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କୁ ହାରିଗୁହାରି କରିଥିଲେ। ମାଇକରେ ବି ଘୋଷଣା କରାଯାଇଥିଲା। ଝିଅ ମିଳିଥିଲା ଓ ଆଉ କେହି ଜଣେ ତାକୁ ନିଜ ସଂପର୍କୀୟ ଭାଣିଜୀ କହି ସାଙ୍ଗରେ ନେଇ ପଳାଇଥିଲା। ଏହା ପରେ ପରିବାର ଲୋକ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ।ସପନାର ଫଟୋ ଦେଇ କାନ୍ଥବାଡ଼ରେ ଛାପି ବିଜ୍ଞାପନ ଦେଇଥିଲେ। ପଡ଼ୋଶୀ ରାଜ୍ୟକୁ ଯାଇ ବି ଖୋଜାଖୋଜି କରିଥିଲେ। ହେଲେ ଆଜି ଯାଏ କୌଣସି ଖୋଜଖବର ନାହିଁ। ଏହାରି ଭିତରେ ୬ ବର୍ଷ ବିତିଗଲାଣି। ୬ ବର୍ଷର ଝିଅକୁ ୧୨ ବର୍ଷ ହୋଇସାରିଥିବ। ହେଲେ ଏବେ ବି ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି ବାପା, ମା’। ଥାନାଠୁ ଏସପିଙ୍କ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି କିଛି ଲାଭ ମିଳିଲାନି ବୋଲି କହିଛନ୍ତି ବିନୋଦ ଓ ତାଙ୍କ ସ୍ତ୍ରୀ ସାବିତ୍ରୀ। ଠିକ୍‌ ସେହିପରି ଆଉ ଏକ ଘଟଣା। ଗତ ଜାନୁଆରି ୧୫ ତାରିଖ କଣ୍ଟାବାଞ୍ଜି ଥାନା ଚାଉଲଶୁଖା ଗାଁର ୧୨ ବର୍ଷର ଦେବରାଜ ଭୋଇ ନିଖୋଜ ହୋଇଯାଇଥିଲେ। ଫୁଟବଲ ଖେଳିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ବାପା ଶ୍ରୀଜିତ ଭୋଇ ବହୁ ଖୋଜାଖୋଜି କରିଥିଲେ। ତିନି ପୁଅଙ୍କୁ ନେଇ ତାଙ୍କ ପରିବାର। ସଂଧ୍ୟାରେ ଦିନମଜୁରି କାମ ସାରି ଘରକୁ ଫେରିବା ପରେ ସେ ଶ୍ରୀଜିତର ନିଖୋଜ ଘଟଣା ଜାଣିଥିଲେ। ବନ୍ଧୁ, ସଂପର୍କୀୟ ସହ ଚାରିଆଡ଼େ ଖୋଜାଖୋଜି କରିଥିଲେ। ନିରାଶ ହୋଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଏତଲା ଦେଇଥିଲେ। ବହୁଥର ଥାନାକୁ ଯାଇ ପୁଲିସ ଅଧିକାରୀମାନଙ୍କୁ ତାଙ୍କ ପୁଅଙ୍କୁ ଖୋଜିବାକୁ ନେହୁରା ହୋଇଥିଲେ। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଏସ୍‌ପିଙ୍କ ନିକଟକୁ ଆସି ଦେଖା କରିଥିଲେ। ଦିନ ଗଡ଼ାଇ ଚାଲିଥିଲା କଣ୍ଟାବାଞ୍ଜି ପୁଲିସ। ଆଉ ଘଟଣାକୁ ବର୍ଷେ ପୂରିବ ହେଲେ ତାଙ୍କ ପୁଅଙ୍କ କୌଣସି ଖବର ନାହିଁ। ବଲାଙ୍ଗୀର ଜିଲ୍ଲାରେ ଏଭଳି ଅନେକ ଶିଶୁ ଗାଏବରେ ପୁଲିସ ତଦନ୍ତ ସେଭଳି ଆଗଉନଥିବା ଅଭିଯୋଗ ହୁଏ। ଏ ନେଇ ବଲାଙ୍ଗୀର ପୁଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ସିଡବ୍ଲୁସି ଉଦବେଗ ପ୍ରକାଶ କରିଛି। ସିଡବ୍ଲୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି କହିଛନ୍ତି, ଏକ ଟାସ୍କଫୋର୍ସ ଗଠନ କରାଯାଇ ଯାହା ଶିଶୁ ନିଖୋଜ ମାମଲା ରହିଛି ତାହାର ତଦନ୍ତ ଦରକାର। ସ୍ୱତନ୍ତ୍ର ତଦନ୍ତ କରାଗଲେ ଅନେକ ଶିଶୁ ନିଖୋଜ ମାମଲାର ପର୍ଦ୍ଦାଫାସ ହୋଇପାରିବ। ବାପା, ମା’ ତାଙ୍କ ଶିଶୁକୁ ଫେରିପାଇବେ ବୋଲି କହିଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026
  ଜିଲ୍ଲା  
କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   06-Aug-2026
  ଜିଲ୍ଲା  
ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା   06-Aug-2026
  ଜିଲ୍ଲା  
ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   06-Aug-2026

You Might Also Like