-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
21-Nov-2023
ବେଲପଡ଼ା(ପୁର୍ଣ୍ଣ ଶଶୀ ଶେଖର ରାଓ ): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ସେତିକି ବିଧାୟକ ସରୋଜ କୁମାର ମେହେରଙ୍କ ଦବଦବା ବଢ଼ିଚାଲିଛି। ଦିନକୁ ଦିନ ଲୋକେ ବିଧାୟକଙ୍କ ଦ୍ଵାରା ବିଜୁ ଜନତାଦଳରେ ଯୋଗଦାନ କରୁଛନ୍ତି।ସୂଚନା ଅନୁସାରେ ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବେଲପଡା ବ୍ଳକ ବାଲିଖମାର ପଞ୍ଚାୟତରେ ବିଜୁ ଜନତାଦଳର ସ୍ବଛ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ଼ ବିଧାୟକଙ୍କ ଉପସ୍ଥିତିରେ ବିଜେପି ନେତା ରୁଦ୍ରମଣୀ ମଲ୍ଳିକଙ୍କ ନେତୃତ୍ବରେ ବିଭିନ୍ନ ଦଳ ଛାଡ଼ି ୩୫ ଜଣ ସଦସ୍ୟ ଆଜି ବିଜୁ ଜନତାଦଳରେ ଯୋଗଦାନ କରିଛନ୍ତି। ବିଧାୟକ ସରୋଜ କୁମାର ମେହେର ସେମାନଙ୍କୁ
ପୁଷ୍ପଗୁଛ ଓ ଦଳୀୟ ପତାକା ଦେଇ ସ୍ବାଗତ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବେଲପଡା ବ୍ଳକ ପ୍ରତିନିଧି କୁମୁଦ ମହାଖୁଡ (ବାପି), ଜିଲ୍ଲା ପରିଷଦ ଜୟ ଧରୁଆ, ଯୁବନେତା ବୁବୁନୁ ପଟ୍ଟନାୟକ, ଗୌରାଙ୍ଗ ମାହାର, ଯୁବନେତା ରବିନ୍ଦ୍ର ମେହେର,ପ୍ରଶ୍ନ ପାଳ ଙ୍କ ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ।