-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
16-Dec-2020
ସମ୍ବଲପୁର, (ଦେବାଶିଷ ବେହେରା): ଗତ ୧୩ ତାରିଖ ସନ୍ଧ୍ଯାରେ ସମ୍ବଲପୁର ହାଉସିଂ ବୋର୍ଡ ନିକଟରେ ହୋଇଥିବା ହତ୍ଯାକାଣ୍ଡର ପୋଲିସ ପର୍ଦାଫାଶ କରିଛି I ଏହି ହତ୍ୟା କାଣ୍ଡ ଘଟଣା ରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି l ବଟି ଆଦାୟ ଓ ପତିଆରା ଜାହିରକୁ ନେଇ ହୋଇଛି ଏହି ହତ୍ଯାକାଣ୍ଡ। ୧୩ ତାରିଖ ରାତିରେ ଭୀମସେନ ଗୁରୁ ସ୍ଥାନୀୟ ସଞ୍ଜିବନୀ ନର୍ସିଂ ହୋମ କଡରେ ଥିବା ଏକ ଚା ଦୋକାନରେ ଚା ପିଉଥିବା ସମୟରେ ୩ ଜଣ ଯୁବକ ଦିନେଶ, ସାଗର, ଦିଲୁ ବେହେରା ଚା ଦୋକାନଙ୍କୁ ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ।ଏଥିରେ ଭୀମସେନ ଗୁରୁ ଗୁରୁତର ହୋଇ ହସ୍ପିଟାଲ ଯିବା ବାଟରେ ହିଁ ତାଙ୍କର ମୃତ୍ଯୁ ହୋଇଥିଲା। ଏହି ହତ୍ଯାକାଣ୍ଡରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତ ଘଟଣା ପରେ ଜିଲ୍ଲା ବାହାରକୁ ଚାଲିଯାଇଥିଲେ। ପୋଲିସ ଚଢାଉ କରି ବରଗଡ ଜିଲ୍ଲାର ସୋହେଲା ଅଂଚଳରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମୃତ ଭୀମସେନଙ୍କ ନାମରେ ମଧ୍ଯ ଅନେକ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି। ଏହି ତିନି ଜଣ ଅଭିଯୁକ୍ତ ନାମରେ ମଧ୍ଯ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି | ତେବେ ଅଭିଯୁକ୍ତଙ୍କଠାରୁ ହତ୍ଯାରେ ବ୍ଯବହୃତ ହୋଇଥିବା ଛୁରୀ ଜବତ ହୋଇଥିବା ପୋଲିସ ଆଜି ଟାଉନ ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛି l