-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
16-Dec-2020
ଭୁବନେଶ୍ବର, (ଶୁଭାଶିଶଷ ନାୟକ)- ଦୀର୍ଘ ସାତ-ଆଠ ମାସ ଧରି କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଛି । ଏଥିରେ ନିୟୋଜିତ ଥିବା ଡାକ୍ତରମାନଙ୍କୁ ସାମୟିକ ଭାବେ ଅବ୍ୟାହତି ଦେବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ପରାମର୍ଶ କରିଛନ୍ତି।ଏଭଳି ଦିନ ରାତି ଅବିରତ ଭାବେ ପରିଶ୍ରମ କରିବା ଦ୍ବାରା ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଜଷ୍ଟିସ୍ ଅଶୋକ ଭୂଷଣ, ଆର୍ ଏସ୍ ରେଡ୍ଡି ଓ ଜଷ୍ଟିସ୍ ଏମ୍ ଆର୍ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିପ୍ପଣୀ ଦେଇଛନ୍ତି ।
ତେବେ ଦୀର୍ଘ ଦିନ ଧରି କରୋନା ଯୋଦ୍ଧା ଭାବରେ ଅକାଳ ପରିଶ୍ରମ କରି କରୋନାରେ ଆକ୍ରାନ୍ତ ଥିବା ରୋଗୀମାନଙ୍କୁ ଚିକିତ୍ସା କରି ଆସୁଥିବା ଡାକ୍ତରମାନେ ନିଜ କାମରୁ କିଛି ସମୟ ପାଇଁ ବିରାମ ଦେବା ଲାଗି ସଲିସିଟର ଜେନେରାଲ ତୁଷାର ମେହଟାଙ୍କୁ ଅଦାଲତ ପ୍ରସ୍ତାବ ଦେଇଛନ୍ତି। ତେବେ ସରକାର ଏ ଦିଗରେ ବିଚାର କରିବେ ବୋଲି ମେହଟା ଖଣ୍ଡପୀଠଙ୍କୁ ଭରସା ଦେଇଛନ୍ତି।