-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
02-Nov-2023
ବଲାଙ୍ଗିର(ପ୍ରେରଣା ଖବର)ବଲଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଇରପାଲି ଠାରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ସଭାପତି ବିଜୁଳିବତୀ ଯୁଏଡ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସନ୍ଧ୍ୟାରାଣୀ ଧରୁଆ ଏ.ବି.ଇ.ଓ ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ପାଢୀ, ମନୋଜ କୁମାର ଅଗସ୍ତି ତଥା ମୁଖ୍ୟବକ୍ତା ଭାବେ ସଦେଇପାଲି ସି.ଆର.ସି.ସି. ନିରାକାର ସାଏ ଯୋଗ ଦେଇଥିଲେ । ବିଦ୍ୟାଳୟ ଶିକ୍ଷା କମିଟିର ସଭ୍ୟ ସଭ୍ୟା, ଅଭିଭାବକଗଣ, ଗ୍ରାମବାସୀ ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ବିଦ୍ୟାଳୟ ର ସହକାରୀ ଶିକ୍ଷକ କମଳ ଲୋଚନ ସାହୁ ଓ ସହ ଶିକ୍ଷୟତ୍ରୀ ଜନତା ଭୋଇ ଙ୍କ ସଂଯୋଜନା ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଭା ପରିଚାଳନା ହୋଇଥିଲା । ଉକ୍ତ ସଭା ରେ ପଡୋଶୀ ବିଦ୍ୟାଳୟ ଡୁମେରପାଲି ର ପ୍ରଧାନ ଶିକ୍ଷୟତ୍ରୀ ସୁନନ୍ଦିନୀ ମିଶ୍ର ଓ ରିନ୍ବଚନ ର ସ.ଶି. ନିହାରୀକା ତ୍ରିପାଠୀ ଙ୍କ ସହିତ ଧୀବର ବିଶ୍ୱାଲ, ବିନାୟକ ପଟେଲ, ମହେନ୍ଦ୍ର ନାଗ, ସୌଭାଗ୍ୟବନ୍ତ ନାୟକ ଆଦି ଶିକ୍ଷକ ଗଣ ଯୋଗ ଦେଇଥିଲେ ।