-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||     

HOME   ଜିଲ୍ଲା

ରେଙ୍ଗାଲି ନିର୍ବାଚନ ମଣ୍ଡଳୀ, ମାମୁଁ (ଦୁର୍ଯୋଧନ) - ଭଣଜା (ଅମର) ନେବେ ନିର୍ଣ୍ଣାୟକ ଭୂମିକା

31-Oct-2023




ସମ୍ବଲପୁର,୩୧/୧୦ (ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ) : ୨୦୦୯ ମସିହାରେ ନିର୍ବାଚନ ମଣ୍ଡଳୀ ପୁର୍ନଗଠନ ସମୟରେ ଗଠିତ ହୋଇଥିଲା ସମ୍ବଲପୁର ଜ଼ିଲ୍ଲା ଅନ୍ତର୍ଗତ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ (ନଂ. ୧୬) I ଏସସି ବର୍ଗ ଙ୍କ ପାଇଁ ସଂରକ୍ଷିତ ଏହି ଆସନର ୨୦୦୯, ୨୦୧୪ ଏବଂ ୨୦୧୯ ଏହି ୩ଟି ନିର୍ବାଚନରେ କୌଣସି ଦଳ ଦ୍ଵିତୀୟ ଥର ପାଇଁ ବିଜୟୀ ହୋଇନାହିଁ I ୨୦୦୯ ପ୍ରଥମ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦୁର୍ଯ୍ୟୋଧନ ଗର୍ଡିଆ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସ୍ୱାଧୀନ ପ୍ରାର୍ଥୀ ଏମ. ବି. ପ୍ୟାରିରାଜଙ୍କ ଠାରୁ ୧୩, ୭୮୪ ଭୋଟରେ ବିଜୟୀ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ଏମ. ବି. ପ୍ୟାରିରାଜଙ୍କ ଏକାନ୍ତ ଅନୁଗତ ବିଜେଡି ପ୍ରାର୍ଥୀ ରମେଶ ପଟୁଆ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ନାଉରି ନାୟକ ଙ୍କ ଠାରୁ ୧,୮୩୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ନାଉରି ନାୟକ ସ୍ୱର୍ଗତ ଝାରସୁଗୁଡା ବିଧାୟକ ନବ ଦାସ ଙ୍କ ଦୃଢ ସମର୍ଥକ ମୋତି ଲାଲ୍ ତନ୍ତ୍ରିଙ୍କ ପତ୍ନୀ ବିଜେଡି ପ୍ରାର୍ଥୀ ରୀନା ତନ୍ତୀ ଙ୍କ ଠାରୁ ୬,୭୪୩ ଭୋଟରେ ବିଜୟୀ ହୋଇଥିଲେ I ୨୦୦୯ ପ୍ରଥମ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦୁର୍ଯ୍ୟୋଧନ ଗର୍ଡିଆ ଏବଂ ୨୦୧୪ ଦ୍ବିତୀୟ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରମେଶ ପଟୁଆ ବିଜୟୀ ହୋଇଥିବା ବେଳେ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ନାଉରି ନାୟକ ବିଜୟୀ ହୋଇ ବର୍ତ୍ତମାନ ବିଧାୟକ ଅଛନ୍ତି I ୩ ପ୍ରମୁଖ ଦଳ ଥରେ ଲେଖାଏଁ ନିର୍ବାଚନ ଜିଣି ଥିବାରୁ ଆଗାମୀ ୨୦୨୪ ନିର୍ବାଚନ ଜିଣିବା ପାଇଁ  ପ୍ରମୁଖ ଦଳ ମଧ୍ୟରେ ଜୋରଦାର୍ ଟକ୍କର ହେବା ନିଶ୍ଚିତ I ତେବେ ରାଜ୍ୟର ଅନ୍ୟତମ ଗୁରୁତ୍ବପୂର୍ଣ ନିର୍ବାଚନ ମଣ୍ଡଳି ମଧ୍ୟରୁ ଅନ୍ୟତମ ଏହି ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ କଳକାରଖାନା, ଖଣି ଖାଦାନ ଥ‌ିବାରୁ ଏହି ନିର୍ବାଚନ ମଣ୍ଡଳୀ ଦଖଲ କରିବା ଉପରେ ପ୍ରମୁଖ ରାଜନୈତିକ ଦଳ ଗୁଡିକର କସରତ ଆରମ୍ଭ ହୋଇଯାଇଛି I ଭାରତୀୟ ଜନତା ପାର୍ଟି (ବିଜେପି) ରୁ ଚଳିତ ଥର ବିଧାୟକ ଥିବା ନାଉରି ନାୟକ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ I କଂଗ୍ରେସ ଦଳ ପୁଣି ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ ଙ୍କୁ ଟିକେଟ୍‌ ଦେବ ନା ନୂଆ ପ୍ରାର୍ଥୀ ଛିଡା କରାଇବ ତାକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି I ଵିଜୁ ଜନତା ଦଳ (ବିଜେଡି) ପ୍ରତ୍ୟେକ ଥର ନୂଆ ଚେହେରା ଅବର୍ତୀର୍ଣ କରୁଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ମଧ୍ୟ ରହିଛି I ତେବେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ଏଥର ମାମୁଁ (ଦୁର୍ଯୋଧନ) - ଭଣଜା (ଅମର)  ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି I ଏହି ନିର୍ବାଚନ ମଣ୍ଡଳୀରେ ଏସସି ବର୍ଗ ଙ୍କ ଭୋଟ ୩୫.୮୨ ପ୍ରତିଶତ ରହିଥିବା ବେଳେ ମାମୁଁ ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ ଏବଂ ଭଣଜା ଯୁବ ସମାଜସେବୀ ଡ଼ଃ ଅମର ତାଣ୍ଡିଆ ଙ୍କ ଏହି ଭୋଟରେ ବିଶେଷ ପ୍ରଭାବ ରହିଛି I ନବୀନ ରେଙ୍ଗାଲିର ସ୍ୱର ସ୍ଵାକ୍ଷର ବୋଲାଉ ଥିବା ଯୁବ ସମାଜସେବୀ ଡ଼ଃ ଅମର ତାଣ୍ଡିଆ 
ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପୁର ପଲ୍ଲୀରେ ପରିଚିତ ଜଣେ କର୍ତ୍ତବ୍ୟନିଷ୍ଠ,ଦକ୍ଷ ସଂଗଠକ ତଥା ଯୁବ ସମାଜସେବୀ । ୧୯୭୯ ମସିହାରେ ପିତା – ରାମ ସିଂହ ତାଣ୍ଡିଆ, ମାତା – କୈକେଇ ତାଣ୍ଡିଆ ଙ୍କ କୋଳମଣ୍ଡନ କରି ରେଙ୍ଗାଲି ବ୍ଲକ୍ ଲାରିପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି I ଜଙ୍ଗଳା ପ୍ରାଥମିକ ବିଦ୍ୟାଳୟରୁ ପ୍ରଥମ ରୁ ପଞ୍ଚମ ପରେ ରାମଚନ୍ଦ୍ର ନଗର ଉଚ୍ଚ ବିଦ୍ୟାଳୟ ରୁ ମାଟ୍ରିକ୍ ପାସ୍, କଲେଜରୁ ଗ୍ରାଜୁଏସନ କରିଛନ୍ତି । ଦୀର୍ଘ ୧୩ ବର୍ଷ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ପରେ ଅଧୁନା ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ ବର୍ଷ ହେବ ବରିଷ୍ଠ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ସେ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ "ସେବା" ର ଅଧକ୍ଷ, ଲକ୍ଷ ଘର ଗଣ୍ଡା ଯୁବ ସମାଜ ସଭାପତି ଆଦି ପ୍ରମୁଖ ସଙ୍ଗଠନରେ ବହୁ ପଦ ପଦବୀରେ ରହି ନିଜର ସମାଜସେବା ଜାରୀ ରଖିଛନ୍ତି । ନୂତନ ଜ୍ଞାନକୌଶଳ ମାଧ୍ୟମରେ ଯୁବ ପୀଢ଼ି ଙ୍କ ରୋଜଗାରକୁ ନିଶ୍ଚିତ କରିବା ସହ ରେଙ୍ଗାଲି ଶିଳ୍ପାଞ୍ଚଳ ବାସୀ ଉପକୃତ ହେବାକୁ ସେ ଅହରହ ଚେଷ୍ଟିତ । ଅମର ତାଣ୍ଡିଆ ସମ୍ବଲପୁର ଜ଼ିଲ୍ଲାର ଜଣେ ଆଗ ଧାଡ଼ିର ସମାଜସେବୀ, ରକ୍ତଦାତା, ପରିବେଶବିତ ଭାବେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ସଂଗଠନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି । ସେବାକୁ ପ୍ରାଧାନ୍ୟ ଦେଇ ସେ ମେଡିକାଳରେ ଅସହାୟ ଗରିବ ରୋଗୀଙ୍କ ସେବା, ପୂଜ୍ୟପୂଜା, ପରିବେଶ ସୁରକ୍ଷା, ମୌଳିକ ଶିକ୍ଷା ପ୍ରଦାନ, ଅସହାୟଙ୍କୁ ସହଯୋଗ, ଆଶ୍ରମ ଅନ୍ତେବାସୀ ଙ୍କ ସହ ଦୀପାବଳି / ହୋଲି ଆଦି ପର୍ବ ପାଳନ କରିବା ଆଦି ଅନେକ ମହତ କାର୍ଯ୍ୟ କରୁଛନ୍ତି । ସେ ପ୍ରତି ପଂଚାୟତରେ ସୌରଚାଳିତ ଶୀତଳ ଭଣ୍ଡାର, ପ୍ରତି ପଞ୍ଚାୟତରେ ଗୋଶାଳା, ପ୍ରତି ପଞ୍ଚାୟତରେ ଉନ୍ନତ ବିହନ କେନ୍ଦ୍ର, ସମ୍ବଲପୁର ଜିଲ୍ଲାକୁ ଟେକ୍ନୋଲୋଜି କରଣ ଏବଂ ଘରେ ଘରେ କୃଷି ଉଦ୍ୟୋଗି ବା କୁଟୀରଶିଳ୍ପ କରିବା ପାଇଁ ସଦାସର୍ବଦା ଚେଷ୍ଟା କରିବା ସହ ରକ୍ତଦାନ ଶିବିର, ପ୍ରତ୍ୟକ ପଂଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର ଗୁଡିକ ଆୟୋଜନ କରି ସାଧାରଣ ଜନତାଙ୍କ ସେବା କରୁଛନ୍ତି । ସେ ଜଣେ  ଯୁବ ସମାଜସେବୀ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନେକଙ୍କୁ କର୍ମ ସଂସ୍ଥାନ ମଧ୍ୟ ଯୋଗାଇଛନ୍ତି I
           ସାଂପ୍ରତିକ ରାଜନୈତିକ ପରିଦୃଶ୍ୟରେ ଏଥର ପୂର୍ବତନ ବିଧାୟକ ମାମୁଁ ଦୁର୍ଯୋଧନ ଗର୍ଡିଆ ଏବଂ ଯୁବ ସମାଜସେବୀ ଭଣଜା ଡ଼ଃ ଅମର ତାଣ୍ଡିଆ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିପାରନ୍ତି ବୋଲି ରାଜନୈତିକ ବିଶାରଦ ମତ ପ୍ରକାଶ କରିଛନ୍ତି I


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   04-Sep-2026
  ଜିଲ୍ଲା  
*ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   04-Sep-2026
  ରାଜ୍ୟ  
ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   04-Sep-2026
  ଜିଲ୍ଲା  
*ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   04-Sep-2026

You Might Also Like