-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
19-Oct-2023
ନାକଟିଦେଉଳ(କନ୍ଦର୍ପ ବେହେରା ): ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରାଧ୍ୟାପିକା ଡଃ.ସରସୀରାଣୀ ନାୟକ, ଡଃ.ପ୍ରଶାନ୍ତ କୁମାର ଦାଶ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଅଭିଭାବକ ମାନଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ହଷ୍ଟେଲ ପରିଚାଳନା କମିଟିର ସଦସ୍ଯ,ଅଧ୍ୟାପକ ସଂଜୀବ ଦାଶ, ହେମାନନ୍ଦ ପ୍ରଧାନ, ବିନୀତା ମୁର୍ମୁ ଉଭୟ ଛାତ୍ରୀ ଓ ଛାତ୍ରାବାସର ବିଭିନ୍ନ ସମସ୍ଯା ସଂପର୍କରେ ଆଲୋଚନା କରିଥିଲେ। ଶ୍ରୀ ଅରୁଣ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ ସମ୍ମିଳନୀରେ ୭୪ ଜଣ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ। ଅଧ୍ୟାପକ ହୁସେନ ପ୍ରଧାନ,ଅନୀଲ ପ୍ରଧାନ, ଜିତେନ୍ଦ୍ରୀୟ ପ୍ରଧାନ, ଜିତେନ୍ଦ୍ରୀୟ ପଣ୍ଡା,ବିଜୟ ପ୍ରଧାନ, ପିତବାସ ସାହୁ ଓ ଶାନ୍ତିଲତା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ସରୋଜ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।