-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
19-Oct-2023
ବଲାଙ୍ଗିର, ( ପେରଣା ଖବର ),୧୯/୧୦- ଦିନକୁ ଦିନ ବଲାଙ୍ଗିରରେ ସ୍କ୍ରପ ଟାଇଫସ ଓ ଡେଙ୍ଗୁ ଭଳିଆ ରୋଗ ଲୋକଙ୍କୁ ଆକ୍ରାନ୍ତ ଦେଖିବାକୁ ମିଳୁଛି । ପରିବେଶ ଦୂଷିତ ହେବା ଦ୍ୱାରା ଏଭଳି ରୋଗ ହେଉଥିବା ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି । ଦେଓଗାଁ ବ୍ଲକ ସମରା ଗ୍ରାମର ସଂଜୟ ପ୍ରଧାନ ସ୍କ୍ରପ ଟାଇଫସ ଓ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ବଲାଙ୍ଗିର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀର ରେ ପ୍ଲାଟଲେଟ ପରିମାଣ କମିଯାଇଥିବାରୁ ଡାକ୍ତର ରକ୍ତ ଦେବା ପାଇଁ କହିଥିଲେ । ରକ୍ତ ପାଇଁ ତାଙ୍କ ସମ୍ପର୍କିୟ ଭାଇ ଝସ କୁମାର ପ୍ରଧାନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ସହଯୋଗ ମାଗିଥିଲେ । ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇ ଙ୍କ ନେତୃତ୍ୱରେ ଖପ୍ରାଖୋଲ ବ୍ଲକ ଉପ-ସଭାପତି ଉମେଶ କୁମାର ପ୍ରଧାନ ଆସି ରକ୍ତଦାନ କରିଥିଲେ । ଯୁବ କୁଲୁତା ସମାଜର ଏଭଳି ମହତ କାମ ପାଇଁ କାନୁଟ ଜୋନ ଆଂଚଳିକ କେନ୍ଦ୍ର ସଭାପତି ବାବୁଲାଲ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଛନ୍ତି ଓ ମା ରାମଚଣ୍ଡି ଠାରେ ଯୁବ ସଂଗଠନର ଉତ୍ତୋରତ୍ତର କାମନା କରିଛନ୍ତି ।