-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
19-Oct-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲ ରେ ବିଶ୍ଵ ହାତ ଧୁଆ ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ କୁମାର ପୂଜାରୀ ବିଶ୍ଵ ହାତଧୁଆ ଦିବସର ଉପାଦେୟତା ବିଷୟରେ
ବୁଝାଇଥିଲେ । ସମାଜସେବୀ ଅଶୋକ କୁମାର ପଣ୍ଡା, ମା ତାରିଣୀର ସଭାନେତ୍ରୀ ପ୍ରମୋଦିନି ଯୁଆଡି ମତବ୍ୟକ୍ତ କରିଥିଲେ । ହିନ୍ଦୀ ଶିକ୍ଷକ ନଦିଘୋଷ ବାରିକ, କିରଣ ପୁଟେଲ, ସ୍ନିଗ୍ଧା ପଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ତଥା ସ୍କାଉଟ ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।