-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||     

HOME   ଜିଲ୍ଲା

ପୁଇଁନ୍ତଳା ବ୍ଲକସ୍ତରୀୟ ସୁରଭି ଓ ମିଲେଟ୍ସ୍ କାର୍ଯ୍ୟକ୍ରମ ସମ୍ପନ୍ନ

18-Oct-2023



ବଲାଙ୍ଗିର(ପ୍ରେରଣା ଖବର)  ଶିଶୁମାନଙ୍କ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ସୁରଭି ଓ ମିଲେଟ୍ସ୍ କାର୍ଯ୍ୟକ୍ରମ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ନିଧିସାଗର ଉଚ୍ଚ ବିଦ୍ୟାପୀଠ, ବୁବେଲ ଠାରେ  ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।  ଅତିଥି ଭାବେ  ବୁବେଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଗିରୀଜା ବାଙ୍କି, ବିଡିଓ ଅମରେନ୍ଦ୍ର ସ୍ୱାଇଁ, ଏବିଇଓ ଗୋପାଲ ବୁଡେକ, ଲଛମନ ପଧାନ, ଅବସରପ୍ରାପ୍ତ ଏବିଇଓ ଦୁର୍ବାଦଳ ମିଶ୍ର, ଅବସରପ୍ରାପ୍ତ ବିଡିଓ ବିଜ୍ଞାନ କୁମ୍ଭାର  ମଞ୍ଚାସୀନ ଥିଲେ । ଶିଶୁମାନେ ଦେଶର ଶକ୍ତି ଓ ପ୍ରଗତି ର ସୂତ୍ରଧର ଏଣୁ ଦେଶର ସାମଗ୍ରିକ ବିକାଶ ଶିଶୁ ମାନଙ୍କ ଉପରେ ନିର୍ଭର କରେ ବୋଲି ମୁଖ୍ୟ ଅତିଥି ଡ. ମହାଲିଙ୍ଗ ନିଜ ବକ୍ତବ୍ୟରେ କହିଥିଲେ । ଉତ୍ସବ ଅବସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଆୟୋଜିତ ଏହି ପ୍ରତିଯୋଗିତାରେ  ବରିଷ୍ଠ ବିଭାଗର  କୁଇଜରେ ଇଶିକା ଦାଶ,  ଚିତ୍ରାଙ୍କନରେ ପ୍ରିୟମ୍ବଦା ଘିବେଲା,  ବକ୍ତୃତାରେ ସୁରଜ ବାରିକ, ସୃଜନଶୀଳ ଲିଖନରେ ମୋନାଲିସା ପଧାନ, ବିତର୍କରେ ପ୍ରୀତି ପଣ୍ଡା,   ପ୍ରବନ୍ଧରେ ରୋଶନୀପ୍ରଭା ଦାଶ,   ସଙ୍ଗୀତରେ ପିୟୁଷ ରଂଜନ ଦାନୀ ଏବଂ ଦଳଗତ ନୃତ୍ୟରେ ମଳମୁଣ୍ଡା ଅପର ପ୍ରାଇମେରୀ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।    କନିଷ୍ଠ ବିଭାଗର କୁଇଜରେ ଚାନ୍ଦିନୀ ବେହେରା,  ଚିତ୍ରାଙ୍କନରେ ଅମିତ ଭୁଏ,  ବକ୍ତୃତାରେ ଅମ୍ରିତା କୁମ୍ଭାର, ସୃଜନଶୀଳ ଲିଖନରେ ଆର‌୍ୟ୍ୟନ ଭୁଏ, ଶୃତଲିଖନ ଓ ହସ୍ତାକ୍ଷର ରେ ଅର୍ଚ୍ଚନା ଚିରଗୁନ,   ସଙ୍ଗୀତରେ ସ୍ମିତା ରାଣୀ ସୁନା  ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଦିବ୍ୟାଙ୍ଗ କୃତି ଶିଶୁ ମାନଙ୍କ ମଧ୍ୟରେ ହୋଇଥିବା ସଙ୍ଗୀତ ପ୍ରତିଯୋଗୀତାରେ ମନିଷା ନନ୍ଦ ଓ ଚିତ୍ରାଙ୍କନରେ ହେମନ୍ତ ଭେସ୍ରା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ କୁଇଜରେ ଜ୍ୟୋର୍ତିମୟୀ ପଧାନ, ଚିତ୍ରାଙ୍କନରେ ସୋମାରାଣୀ ବିଶ୍ୱାଳ, ବିତର୍କରେ ସରସ୍ୱତୀ ଚାଉଲିଆ, ବକ୍ତୃତାରେ ପ୍ରୀତିମୟୀ ପଣ୍ଡା, ସଙ୍ଗୀତରେ ରୀତା ପଧାନ, ପ୍ରବନ୍ଧରେ ଜ୍ୟୋର୍ତିମୟୀ ପଧାନ, ସୃଜନଶୀଳ ଲିଖନରେ ପ୍ରତିଜ୍ଞା ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ମିଲେଟ୍ସ୍ କୁଇଜ୍ ପ୍ରତିଯୋଗୀତାରେ ଆର‌୍ୟ୍ୟନ ଷାଣ୍ଢ, ବକ୍ତୃତାରେ ଶ୍ରଦ୍ଧାଞ୍ଜଳୀ ବେହେରା, ପ୍ରବନ୍ଧରେ ଦିଶାନ୍ତ ନନ୍ଦ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ପୁଇଁତଳା ବ୍ଲକ ଚେୟାରମେନ ସରୋଜ ପଧାନ ଯୋଗ ଦେଇ ଶିଶୁ ମାନଙ୍କ ବୌଦ୍ଧିକ ଓ ମାନସୀକ ଶକ୍ତିର ବିକାଶ ନିମନ୍ତେ ସୁରଭି ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନା ନାରାୟଣ ମିଶ୍ର , ଶୈଳେନ୍ଦ୍ରୀ ପରିଡା, ଅଳକା ଦାଶ କରିଥିବା ବେଳେ ଧୀରେନ୍ଦ୍ର ମହାଣା ଧନ୍ୟବାଦ ଦେଇଥିଲେ ।  କାର୍ଯ୍ୟକ୍ରମରେ ପୁଇଁନ୍ତଳା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସିଆରସିସି, ବୁବେଲ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବୁବେଲ ଗ୍ରାମବାସୀ ସହଯୋଗ କରିଥିଲେ । 

  


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026
  ଜିଲ୍ଲା  
ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   05-Sep-2026

You Might Also Like