-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
18-Oct-2023
ବଲାଙ୍ଗୀର:- ସରକାର ଛାତ୍ର ଛାତ୍ରୀ ମାନେ ସୁବିଧାରେ ପାଠ ପଢି ପାରିବେ ଏବଂ ଶିକ୍ଷା ରୁ କେହି ବଞ୍ଚିତ ନ ହେବା ପାଇ କଲେଜ୍ ମାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି।ସେହିଭଳି ବଲାଙ୍ଗୀର ଜିଲ୍ଲା ବୈରସର୍ ରାସ୍ତା କଡ଼ରେ ବିକାଶ ହାୟର ସେକେଣ୍ଡାରୀ କଲେଜ୍ ନାମରେ ଏକ ୧୨୮ ସିଟ୍ ବିଶିଷ୍ଟ ଆର୍ଟସ୍ କଲେଜ୍ ଭଡ଼ା ଘରେ ବଡ ଭଇରୋ ର ରବି ନାରାୟଣ ମେହେର ନାମକ ଜଣେ ଆରମ୍ଭ କରିଛନ୍ତି।ସେ ୨୦୧୨ ସାଲ ରେ ବଡ଼ ଭଇରୋ କଲେଜ୍ ମଧ୍ୟ କରିଥିବା କହିଛନ୍ତି।ପୂର୍ବରୁ ସେ ଏହି ବଡ଼ ଭଇରୋ କଲେଜ୍ ର ଅଧ୍ୟକ୍ଷ ଥିବା ବେଳେ ସେଠାରୁ ପଦବୀ ଛାଡ଼ି ଏବେ ସେ ବିକାଶ ହାୟର ସେକେଣ୍ଡାରୀ କଲେଜ୍ ରେ ଅଧ୍ୟକ୍ଷ ଥିବା ପ୍ରକାଶ କରିଛନ୍ତି।ତେବେ ମେହେର ବାବୁ ଗୋଟିଏ ପରେ ଗୋଟିଏ କଲେଜ୍ କରିବାର ନିଶା ଜୋର୍ ଧରିଛି।୧୨୮ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ସାରିଥିବା ବେଳେ କମନ୍ ରୁମ୍ ନ ଥିବାରୁ ରାସ୍ତା କଡ଼ରେ ବସି ରହୁ ଛନ୍ତି।ଏହି ରାସ୍ତା ଭୁବନେଶ୍ୱର ମୁଖ୍ୟ ରାସ୍ତା ହୋଇଥିବାରୁ ସଦା ସର୍ବଦା ଟ୍ରାଫିକ ଭିଡ ରହେ। ଛାତ୍ର ଛାତ୍ରୀ ମାନେ କୋଠରୀ ଅଭାବରୁ ରାସ୍ତା କଡରେ ବସି ରହୁଥିବା କେତେ ଯତାର୍ଥ।ରାସ୍ତା କଡର ଅର୍ଦ୍ଧନିର୍ମିତ ଏକ ସଂକୀର୍ଣ୍ଣ ଭଡ଼ା ଘରେ ଏହି ତଥା କଥିତ କଲେଜ୍ ଟି ଖୋଲିଛନ୍ତି।ଛାତ୍ର ଛାତ୍ରୀ ପିଛା ୭ ହଜାର ଟଙ୍କା ବାର୍ଷିକ ଫିଜ ନେଉଥିବା ବେଳେ ଆହୁରି କେଉଁ କେଉଁ ବାବଦରେ ଫିଜ୍ଜ୍ ନେଉଥିବା ଜଣା ପଡୁ ନାହିଁ ।ତେବେ ଏହି କଲେଜରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଯୋଗ୍ୟତା,ଶିକ୍ଷାର ଗୁଣାତ୍ମକ ମାନ ଓ ସିଲାବସ ସହିତ ହେବାକୁ ଥିବା ପରୀକ୍ଷା କେନ୍ଦ୍ର ର ଅନୁମୋଦନ କିପରି ହେଉଛି ଏ ନେଇ ସନ୍ଦେହ ରହିଛି।ଏଣୁ ବଲାଙ୍ଗୀର ସୋନପୁର ଜିଲ୍ଲାରେ ଅଧୁନାତନ ଛତୁ ଫୁଟିଲା ପରି କଲେଜ୍ ଗୁଡ଼ିକ ଖୋଲୁଥିବା ଓ ଅଧା ରୁ ବନ୍ଦ କରିଦେଉଥିବା ସହ ଅଧ୍ୟାପକ ଓ କର୍ମଚାରୀ ଙ୍କ ନିଯୁକ୍ତି ରେ ମଧ୍ୟ କେଲେଙ୍କରି ରହୁଥିବା ଚର୍ଚ୍ଚା ହେଉଛି। ଏ ସଂପର୍କ ରେ ଆଗାମୀ ଦିନରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରକାଶ ପାଇବ।